ଓଡିଶା ଟ୍ରାନ୍ସଫର୍ମର ମେନୁଫେକଚରିଂ ଆସୋସିଏସନର ବାର୍ଷିକ ସାଧାରଣ ସଭା
ବାଲେଶ୍ବର(ସରୋଜ ପଣ୍ଡା): ଓଡିଶା ଟ୍ରାନ୍ସଫର୍ମର ମେନୁଫେକଚରିଂ ଆସୋସିଏସନ ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ପଦ୍ମାବତୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି. ଆସୋସିଏସନ ର ସଭାପତି ସାରଦା ପ୍ରସନ୍ନ ଦାସଙ୍କ ସଭାପତିତ୍ୱ ରେ ଏହି ସଭା ରେ ଆସୋସିଏସନ ର ସଦସ୍ୟ ମାନଙ୍କ କାର୍ଯ୍ୟକ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଥିଲା. ଟାଟା ପାୱାର କର୍ତୃପକ୍ଷ ଟ୍ରାନ୍ସଫର୍ମର ମରାମତି ଓ ନୂଆ ଟ୍ରାନ୍ସଫର୍ମର କିଣିବାରେ ସ୍ଥାନୀୟ ଟ୍ରାନ୍ସଫର୍ମର ତିଆରି ସଂସ୍ଥା କୁ ଗୁରୁତ୍ୱ ଦେବା ପାଇଁ ଦାବୀ କରଯାଇଥିଲା. ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ବାର୍ଷିକ ବିବରଣୀ ପଠକାଇଥିବା ବେଳେ ଉତ୍ତର ଓଡିଶା ଉପ ସଭାପତି ଶୋଭନ ଦାସ ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ. ଓଡିଶା ର ସବୁ ଜିଲ୍ଲା ର ସଦସ୍ୟ ମାନେ ଉପସ୍ଥିତ thile.