ନୃତ୍ୟ ସଂଗୀତ କଳାମନ୍ଦିରର ବାର୍ଷିକ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା): ନୃତ୍ୟ ସଙ୍ଗୀତ କଳା ମନ୍ଦିରର ବାର୍ଷିକ ସାଧାରଣ ସଭା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅନୁଷ୍ଠାନର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ସଂପାଦକ ଲକ୍ଷ୍ମୀନାରାୟଣ ଘୋଷ ବାର୍ଷିକ ବିବରଣୀ ଓ ଆୟବ୍ୟୟ ବିବରଣୀ ଉପସ୍ଥାପିତ କରିବାପରେ ତାହାକୁ ଅନୁମୋଦନ କରାଯାଇଥିଲା। ଆସନ୍ତାବର୍ଷ ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କାର ବଜେଟକୁ ଅନୁମୋଦନ କରାଯାଇଛି। ଅନୁଷ୍ଠାନର ଉପର ମହଲା ଗୃହନିର୍ମାଣ କାର୍ଯ୍ୟ ଶେଷ କରିବା, ପରିଚାଳନାରେ ସହଯୋଗ କରିବା ଓ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ କଳାପ୍ରଦର୍ଶନ ଓ ପ୍ରତିଯୋଗିତା ପାଇଁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନିମିତ୍ତ କଳାମନ୍ଦିରର ସଭ୍ୟ ଓ ସଭ୍ୟାମାନଙ୍କୁ ନେଇ ୩ଟି ସବ୍‌କମିଟି ଗଠନ ହୋଇଛି। ସେହିପରି ଅନୁଷ୍ଠାନ ପକ୍ଷରୁ ଏକ ଆଭ୍ୟନ୍ତରିଣ ଅଭିଯୋଗ କମିଟି ସାଧାରଣ ସଭାରେ ବରିଷ୍ଠ ସଦସ୍ୟ ସଦସ୍ୟମାନଙ୍କୁ ନେଇ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗରୁ ଆର୍ଥିକ ସହାୟତା ପାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅନୁରୋଧ କରାଯାଇଥିବା ସଂପର୍କରେ ସଂପାଦକ ଶ୍ରୀ ଘୋଷ ଉପସ୍ଥିତ ସଭ୍ୟସଭ୍ୟାମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ଓ ଜାତୀୟ ସ୍ତରରେ ଆମ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର କୃତିତ୍ୱ ସଂପର୍କରେ ସେ ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ