ଖ୍ରୀଷ୍ଟ କଲେଜ ହିନ୍ଦୀ ବିଭାଗର ବାର୍ଷିକ ପାଠଚକ୍ର

କଟକ,(ଓ୍ବାଇଏନଏସ): ଖ୍ରୀଷ୍ଟ କଲେଜ ହିନ୍ଦୀ ବିଭାଗ ପକ୍ଷରୁ ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷା ଶ୍ରୀମତୀ ମଧୁମିତା ପାତ୍ର ପାଠଚକ୍ରକୁ ଉଦ୍‌ଘାଟନ କରିବା ସହ ସଭାପତିତ୍ୱ କରିଥିଲେ । ହିନ୍ଦୀ ବିଭାଗର ମୁଖ୍ୟ ଡଃ କବିତା ଜେନା ଅତିଥୁ ପରିଚୟ ସହ ପାଠଚକ୍ରର ବିଷୟ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ଅଞ୍ଜୁମନ ଆରା ‘“ ସମକାଳୀନ ହିନ୍ଦୀ କାହାଣୀର ତାନ୍ତ୍ରିକ ଆଲୋଚନା କରିବା ସହ ଡିଜିଟାଲ ଯୁଗର ମାୟାଜାଲ ସଂପର୍କରେ ବର୍ତମାନର ଗଳ୍ପ ସାହିତ୍ୟ କିପରି ସମୃଦ୍ଧ ହେବାରେ ଲାଗିଛି ସେ ସଂପର୍କରେ ଆଲୋକପାତ କରିଥିଲେ । ଉପାଧ୍ୟକ୍ଷା ଡଃ କ୍ଷଣପ୍ରଭା ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ହିନ୍ଦୀ ବିଭାଗର ବିଦ୍ୟାର୍ଥୀ ଗୌତମୀ ପୃଷ୍ଟି, ଦିବ୍ୟଜ୍ୟୋତି ପୃଷ୍ଟି ଓ ବଂଶୀକା ଲାଲଙ୍କୁ ଉତ୍କୃଷ୍ଟ ପ୍ରବନ୍ଧ ପଠନ ଏବଂ କୋମଳ ଅଗ୍ରୱାଲ ତଥା ସୌମ୍ୟ ରଞ୍ଜନ ଭୋଳଙ୍କୁ ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ରୂପେ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ପାଠଚକ୍ରକୁ ପରିପ୍ପଳନା କରିଥୁଲେ ଅଧ୍ୟାପକ ଡଃ ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା କିରଣ ସାହା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ