କୈବର୍ତ୍ତ ସମାଜର ବାର୍ଷିକ ଶୂନସଭା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କୈବର୍ତ୍ତ ସମାଜ ଆନୁସଙ୍ଗିକ ପରମ୍ପାରିକ ଭାବେ ବାର୍ଷିକ ଶୂନସଭା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଧି ଅନୁଯାୟୀ ଶ୍ରୀଜୀଉଙ୍କ ମନ୍ଦିରର ନୀଳଚକ୍ରରେ ନୂତନ ନେତ ଲାଗି କରାଯାଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରାଯିବା ସହ କୈବର୍ତ୍ତ ସମାଜ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଲକ୍ଷ୍ମୀ ମନ୍ଦିରରେ ଯଥାରୀତି ପୂଜାପାଠ କରାଯାଇଥିଲା। ଆୟୋଜିତ ବାର୍ଷିକ ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନେତୃସ୍ଥାନୀୟ କୈବର୍ତ୍ତ ମାନେ ଯୋଗଦେଇ ସେମାନଙ୍କ ବାର୍ଷିକ ଖସଡା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସଭାକୁ କୈାଣସି ନିମନ୍ତ୍ରଣ ବା ସୂଚନା ପ୍ରଦାନ କରାନଯାଇ ଥିଲେ ମଧ୍ୟ କୈବର୍ତ୍ତମାନେ ଆସି ଯୋଗଦେଉଥିବାରୁ ଏହାକୁ ଶୂନସଭା କୁହାଯାଏ। ଏଥିରେ ସୁରେନ୍ଦ୍ର ବେହେରା, ବିଜୟ ବେହେରା, ବିକ୍ରମ ବେହେରା, କୈଳାସ ବେହେରା, ଅଜୟ ଚୈାଧୁରୀ, ଦିବାକର ବେହେରା, ଉପନ ବେହେରା, ମୁନା ଦଳେଇଙ୍କ ସମେତ ଶତାଧିକ ନେତୃମଣ୍ଡଳୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


