ଜାମିନିପୁର ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅଧୀନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜ‌ମିନିପୁରଠାରେ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ହାଟଡିହୀ ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ବାଳ,  ସମ୍ମାନୀତ ଅତିଥି ଭାବେ ନସିରିପୁର ସ୍କୁଲର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ମି. ଓ ୨୦୦ ମି. ଦୌଡ, ପୁଚି, ମ୍ୟୁଜିକଚେୟାର, ଡିସକସ ଓ ସଟଫୁଟ ଥ୍ରୋ, ଦଉଡି ଡିଆଁ, ଅନ୍ଧ ପୁଟୁଳି, ଲମ୍ୱଡିଆଁ, ଗଣିତ ଖେଳ ଓ ବାଲାନ୍ସ ରେସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶାଳଣିଆଁ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଯତୀବ୍ରତ ସ୍ବାଇଁ,ମୁଖ୍ୟ ବକ୍ତା ଭାବେ ଏସ.ଏମ.ସି. କମିଟି ର ସଭାପତି ସରୋଜ କୁମାର ତରାଇ,  ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଶିକ୍ଷକ ପ୍ରକାଶ କୁମାର ଦାସ, ଶିକ୍ଷୟତ୍ରୀ ପ୍ରତିମା ଖଟୁଆ, ମମତା ଧଳ ଓ ଏସ.ଏମ.ସି. କମିଟିର ସଭ୍ୟସଭ୍ୟାଗଣ ଖେଳ ପରିଚାଳନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ