ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲରେ ବାର୍ଷିକ କ୍ରୀଡାର ଉଦଯାପନୀ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲରେ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ସ୍କୁଲର ଅଧକ୍ଷ ଦୁଷ୍ମନ୍ତ ମାଝୀଙ୍କ ସଭାପତିତ୍ୱ ଓ ନନ୍ଦିନୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଦୁଖିନି ନୁନ୍ଦ୍ରୁକା,ସମ୍ମାନିତ ଅତିଥିଭାବେ ସରପଞ୍ଚ ସରସ୍ବତୀ ଶବର, ଏସଏମସି ସଭାପତି ନନ୍ଦ କିଶୋର ପଟ୍ଟନାୟକ,ପଞ୍ଚଶିକ୍ଷା ଶିକ୍ଷାସେତୁ ସଭାପତି ପ୍ରଣବ ନିଶଙ୍କ ଓ କ୍ରୀଡା ଶିକ୍ଷକଏସ.କେ.ଜାବିର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ସବୁବେଳେ ସ୍କୁଲର କ୍ରୀଡା ପ୍ରତିଯୋଗିତାରେ ଭାଗନେବାକୁ ପଡିବ ଏଥିସହ ଭବିଷ୍ୟତରେ ବିଭିନ୍ନ ଖେଳରେ ଉତୀର୍ଣ୍ଣ ହେବାକୁ ହେଲେ ପ୍ରଥମେ ସ୍କୁଲ ସ୍ତରରେ ଭାଗ ନେଇ ଉତୀର୍ଣ୍ଣ ହେବାକୁ ପଡିବ ଏବଂ ଜୀବନରେ ପାଠ ପଡିବା ନିହାତି ଜରୁରୀ ରହିଥିବା ବେଳେ ଖେଳ ଖେଳିବା ମଧ୍ୟ ନିହାତି ଆବଶ୍ୟକ ପାଠ ଦ୍ୱାରା ମନ ଓ ମସ୍ତିଷ୍କ ମଜଭୁତ ରହିବ ଓ ଖେଳିବା ଦ୍ୱାରା ମାନସିକ ଓ ଶାରୀରିକ ମଜଭୁତ ରହିବ ବୋଲି ପ୍ରକାଶ କରିଥିଲେ,ଏହି ଅବସରରେ ସ୍କୁଲର ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ କ୍ରୀଡାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ଶେଷରେ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ଏମ. ସାଇଲଷ୍ମୀ,ସୁନିତା ପାଣି ଓ ଵାଣିଶ୍ରୀ ପଣ୍ଡା,ରଶ୍ମିରାଣୀ ସେଠୀ,ବିଜ୍ଞାନୀ ଗୌଡ଼,ମାଧୁରୀ ତ୍ରିପାଠୀ, ଅନିତା ସ୍ୱାଇଁ,ରଶ୍ମୀ ମହାପାତ୍ର,ଏଲ.ଗୀତା,ଶିକ୍ଷକ ସୋମନ ଶବର, ଅନିଲ ଶବର,ଟଙ୍କଧର ମାଝୀ,ସାର୍ଥକ ଚୌଧୁରୀ,ଦୀପ୍ତିମାନ କାଡ୍ରାକା, କର୍ମଚାରୀ ଚନ୍ଦନ ମଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ