ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବାର୍ଷିକ କ୍ରିଡା ଉଦ୍ଯାପିତ
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ କ୍ରିଡା ମଶାଲ ନିର୍ବାପନ ସହ ପତାକା ଅବତରଣ କରି ବାର୍ଷିକ କ୍ରିଡାକୁ ଉଦ୍ଯାପିତ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପ୍ରାଧ୍ୟାପକ ଜ୍ୟୋତି ପ୍ରକାଶ ଲେଙ୍କା, ଯୁକ୍ତ ୩ କ୍ରିଡା ବିଭାଗର ସହ ଉପସଭାପତି ଦୀନବନ୍ଧୁ ନାୟକ, ଯୁକ୍ତ ୨ କ୍ରିଡା ବିଭାଗର ଉପସଭାପତି ଡ.ବିକ୍ରମ ବେହେରା ପ୍ରମୁଖ ଯୋଗ ଦେଇ କ୍ରିଡାର ଉପାଦେୟତା ଉପରେ ମତବ୍ୟକ୍ତ କରିଥିଲେ। ଯୁକ୍ତ ୩ କ୍ରିଡା ବିଭାଗର ଉପସଭାପତି ଚୌଧୁରୀ ବିନେଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ସନ୍ଦୀପ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଚନ୍ଦ୍ରଶେଖର ପୁହାଣ, ପ୍ରଭାତ କୁମାର ଶତପଥି, ହୃଦାନନ୍ଦ ସ୍ୱାଇଁ, ଅନ୍ତର୍ଯ୍ୟାମୀ ଦିକ୍ଷିତ୍ ,ତୁଷାରକାନ୍ତ ଦାସ,ଅଧ୍ୟାପିକା ମନଲୋଭା ପ୍ରଧାନ, ବିଜୟିନୀ ପଢିଆରୀ,ରଞ୍ଜିତ ମହାନ୍ତି,ଏମ୍.ଏସ ନିହାରଂଜନ, ରାକେଶ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ରାଏ ପ୍ରମୁଖ ପରିଚାଳନା


