ଗଜପତିରେ ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବା ଯୋଗୁଁ 3 କିମି ଖଟିଆରେ ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଲକ୍ଷ୍ୟ କରାଯାଇଛି. ଶୋଚନୀୟ ରାସ୍ତା ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଆସିପାରୁନାହିଁ. ତେଣୁ ଲୋକେ ବାଧ୍ୟ ହୋଇ 3 କିମି ଖଟିଆରେ ବୋହି ଗର୍ଭବତୀଙ୍କୁ ନେବାକୁ ପଡିଛି. ଏହି ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ଆଜି ବି ଏ ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗିରହିଛି. ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତର ମଣିଡିହ ଗ୍ରାମକୁ ପକ୍କା ରାସ୍ତା ନାହିଁ. ରହିଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବା ଯୋଗୁଁ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଆସିପାରୁନାହିଁ. ମଣିଡିହ ଗ୍ରାମର ଜଣେ ମହିଳା ଗର୍ଭବତୀଙ୍କ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କ ଘର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ରାସ୍ତା ଶୌଚନୀୟ ହେଇଥିବା ହେତୁ ଗର୍ଭବତୀ ମହିଳାଙ୍କୁ ମଣିଡିହ ଗ୍ରାମ ଠାରୁ ବାହାରତମ୍ପା ଗ୍ରାମ ଯାଏ  ଦୁଳାରେ 3 କିମି ବୋହି ନେବାକୁ ପଡିଥିଲା. ସେଠାରୁ ବାହାରତମ୍ପା ଗ୍ରାମରୁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମ ଜିଲ୍ଲା ଡ଼େଙ୍ଗାଉସ୍ତା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ପ୍ରଶାସନର ଦୃଷ୍ଟି ଏହି ଗାଁ ଉପରେ କାହିକି ପଡୁନାହିଁ ତାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ