ଦୁର୍ନୀତି ନିବାରଣ ସପ୍ତାହ ପାଳନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗୁରୁବାର ଦିନ ଦିଗପହଣ୍ଡି ବରିଷ୍ଠ ଦେଓ୍ବାନି ଅଦାଲତର ବିଚାରପତି ମହାଶ୍ୱେତା ପରିଜା ବିଚାର ବିଭାଗୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଚାରପତି ପରିଜା ଦୁର୍ନୀତି ନିବାରଣ ସାମୁହିକ ଦାୟିତ୍ଵ ବୋଲି ମତବ୍ୟକ୍ତ କରିବା ସହ ଅନଲାଇନ ସେବା ମାଧ୍ୟମରେ ଦୁର୍ନୀତିକୁ ବହୁ ମାତ୍ରାରେ କମାଇ ଦିଆଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଜେଏମଏଫସି ନିଳିମା ଷଡ଼ଙ୍ଗୀ, ସରକାରୀ ଓକିଲ ନକୁଳ ପ୍ରଧାନ, ମନୋରଞ୍ଜନ ପଣ୍ଡାଙ୍କ ସମେତ ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ, ପ୍ରଦୀପ କୁମାର ପୁରୋହିତ, ଅଶ୍ବିନୀ କୁମାର ପଟ୍ଟନାୟକ,ସସ୍ମିତା ମହାରଣା, ଅଞ୍ଜଳି ମହାରଣା, ସଂଗ୍ରାମ କେଶରୀ ପଣ୍ଡା,ପପୁନ ମହାରଣା, ରୁଦ୍ର ପ୍ରସାଦ ତାଣ୍ଡିଆ,ପିଲଚୁ ହେମ୍ବ୍ରମ, ନିରଞ୍ଜନ ଶବର, କେ. ନୋକେୟା ପ୍ରମୁଖ ଉପସ୍ଥିତ ଥିଲେ ।


