ହାଟଡିହିରେ ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ

ହାଟଡିହି, (ଓ୍ବାଇଏନଏସ)  : ହାଟଡିହି ବ୍ଲକର ହାଟଡିହି ସତସଙ୍ଗ କେନ୍ଦ୍ର ଠାରେ ଅନୁକୂଳ ଚନ୍ଦ୍ରଙ୍କ ବାର୍ଷିକ ସତ୍‌ସଙ୍ଗ ସମାରୋହ ଓ ୧୩୮ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଛି। ରିତିକ ଭାଗବତ ପାଢ଼ୀଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟବକ୍ତା ଭାବେ ଭୁବନେଶ୍ବରରୁ ତପୋଧନ ପଣ୍ଡା ଯୋଗଦେଇଥିଲେ। ଆନନ୍ଦପୁର ସତ୍‌ସଙ୍ଗର ବଳରାମ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ  ଯୋଗଦେଇଥିଲେ। ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ନେଇ ଜୀବନରେ କିପରି ବ୍ୟକ୍ତି ଜୀବନ, ପାରିବାରିକ ଜୀବନ, ସମାଜ ଓ ରାଷ୍ଟ୍ର ଜୀବନରେ ସୁଧାର ଆଣି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଆନନ୍ଦ ଓ ଶାଢି ସ୍ଥାପନ କରିପାରିବେ ସେ ସଂପର୍କରେ ବିଶେଷ ଭାବେ ଗୁରୁତ୍ବ ଆରୋପ କରିଥିଲେ ।କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ପ୍ରଭାତ କିର୍ତ୍ତନ ଓ ପରେ ସମବେତ ପ୍ରାର୍ଥନା କରାଯାଇଥିଲା । ଆନନ୍ଦପୁର ବିଧାୟକ ଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବାବେଳେ ଶ୍ରୀକାନ୍ତ ପଣ୍ଡା, ଅଧିକାରୀ ନାୟକ, ପଦ୍ମନାଭସାହୁ, କହ୍ନେଇ ଚରଣ ଓଝା, କାମପାଳ ନାୟକ, ନତ୍ୟାନନ୍ଦ ବାରିକ, ବିଦ୍ୟାଧର ତରେଇ ପ୍ରମୁଖ ସତ୍‌ସଙ୍ଗର ବହୁ ସଦସ୍ୟ ଓ କର୍ମକର୍ଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ