ଗୋଠ ଛଡ଼ା ଦନ୍ତାହାତୀ ପୁଣି କଲା କ୍ଷୟକ୍ଷତି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ରେ ଗତ ରାତିରେ ଗୋଠ ଛଡ଼ା ଦନ୍ତାହାତୀ ପଶି ପୁଣି କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ଚୁଟିଆ ପଞ୍ଚାୟତ ର ହସ୍ତିନାପୁର ଗ୍ରାମରେ ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ହାତୀ ପଶି ଗ୍ରାମର ଲଗେନ ପୂର୍ତ୍ତି ର ମାଟି କାନ୍ଥ ରେ ନିର୍ମାଣ କରିଥିବା ଘରର କାନ୍ଥ କୁ ଭାଙ୍ଗି ଦେବା ସହିତ ଘର ଭିତରେ ସାଇତା ଥିବା ଧାନ ଚାଉଳ କୁ ଅନାୟସରେ ଖାଇ ଯାଇଥିଲେ। ଘରର କାନ୍ଥ ଟି। ଭିତର ପଟେ ପଡିଲା ହେଲେ ପରିବାର ଲୋକ ଅନ୍ୟ ଘରେ ଶୋଇଥୂଲେ।ଘରର କାନ୍ଥ ଭାଙ୍ଗିବା ଶବ୍ଦ ଶୁଣି ବାହାରକୁ ବାହାରିଲା ବେଳେ ହାତୀ ଘର ଭାଙ୍ଗି ଧାନ ଚାଉଳ ଖାଉଥିବା ଦେଖି ପାଟି କରି ପଡୋଶୀ ମାନଙ୍କୁ ଉଠାଇ ଥିଲେ ଗ୍ରାମବାସୀ ନିଆଁ ହୁଳା ଧରି ଆସିଲା ବେଳେ ହାତୀ ଜଗାଛାଡି ଚାଲି ଯାଇଥିଲା। ସେଠାରୁ ହାତୀ ଯାଇ ମଣଦା ଗ୍ରାମର ବଗଲ ବେଣ୍ଟକାର ର ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛି। ଗୋଠ ଛଡ଼ା ଦନ୍ତାହାତୀ ଟି ବିଶେଷ କରି ଗରିବ ପରିବାର ର ଘରକୁ ଭାଙ୍ଗି ଦେଇ ଗରିବ ପରିବାର କୁ ସର୍ବଶାନ୍ତ କରୁଛି। ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାର କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନଙ୍କ ତରଫରୁ ଦାବି ହେଉଛି।