ଫେବୃଆରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ନିବେଦନ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ରୀୟ ସଙ୍ଗଠନ ଡାକରାରେ ଫେବୃଆରୀ ୧୨ରେ ହେବାକୁ ଥିବା ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ନେଇ ବନ୍ତ ଥାନାଛକ ଠାରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏଆଇଟିୟୁସି ଓ ଅଖିଳ ଭାରତ କୃଷକ ସଭାର ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ରମେଶ ଜେନା, ଫକୀର ଚରଣ ବିଶ୍ୱାଳ, ସିଆଇଟିୟୁର ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ କୁମାର ପାଢୀ, ଏଆଇସିସିଟିୟୁର ସମର ବଳ, ଏଆଇୟୁଟିୟୁସିର ରାମ ଚନ୍ଦ୍ର ଶଂଖୁଆ ଯୋଗ ଦେଇ ଡବଲ ଇଞ୍ଜିନ ସରକାରର ଶ୍ରମିକ ଓ କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସହ ମୋଦୀ ସରକାର ଅମଳରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଶ୍ରମିକ ଛଟେଇ ଆଦି ବୃଦ୍ଧି ପାଇଛି ବୋଲି କହିଥିଲେ । ସେହିପରି ସଂଖ୍ୟାଲଘୁ, ଦଳିତ ଆଦିବାସୀ ଓ ମହିଳାଙ୍କ ଉପରେ ଆକ୍ରମଣ କରାଯିବା ସହ ଆରଏସ୍‌ଏସ ହିନ୍ଦୁତ୍ୱ ଓ ମନୁ ବାଦୀ ଚରିତ୍ରକୁ ତୀବ୍ର ସମାଲୋଚନା କରିବା ସହ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ସର୍ବୋପରି ଗଣତନ୍ତ୍ରର ସୁରକ୍ଷା ପାଇଁ ଜନଗଣଙ୍କୁ ଆହ୍ୱାନ ଦେଇଥିଲେ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଫେବୃଆରୀ ୧୨ରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଡାକରାକୁ ସଫଳ କରିବା ପାଇଁ ଜନଗଣଙ୍କୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାସ୍କର ଚନ୍ଦ୍ର ବେହେରା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସୁବାଷ ଚନ୍ଦ୍ର ବେହେରା, ରବିନ୍ଦ୍ର ସେଠୀ, ପର୍ଶୁରାମ ସ୍ୱାଇଁ, ବିଷ୍ଣୁ ଚରଣ ଜେନା, ଦୁଲ୍ଲା ଖାଁ, କମଳାକାନ୍ତ ଜେନା, ଅନନ୍ତ ମହାରଣା, କିଶୋର ବେହେରା, ଅଭିମନ୍ୟୁ ଜେନା, ନୃସିଂହ ଚରଣ ଦାସ, କୃଷ୍ଣ ଚନ୍ଦ୍ର ଜେନା, ସଞ୍ଜୟ ସାମଲ, ପଞ୍ଚାନନ ସେଠୀ, ପବିତ୍ର ମୋହନ ସେଠୀ, ଫକୀରୁଦ୍ଦୀନ ଖାଁ, କାର୍ତ୍ତିକ ଜେନା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ