ବଂଶଧାରା ଉପରେ ନେରାଡି ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ
ଗୁଣପୁର,(ୱାଇଏନଏସ): ଦୁଇ ଦଶନ୍ଧି ପରେ ବଂଶଧାରା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ରାୟ ଉପରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ଜାରି କରିବା ସହିତ ବଂଶଧାରା ନଦୀ ଉପରେ ନେରାଡି ବ୍ୟାରେଜ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ଓଡ଼ିଶାବାସୀ ନିରାଶ ହୋଇଥିବା ବେଳେ ଆନ୍ଧ୍ର ଉତ୍ସଵ ମନୋଉଛନ୍ତି ।ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଆନ୍ଧ୍ର ସରକାର ନେରାଡି ବ୍ୟାରେଜ୍ ନିର୍ମାଣ କରିବାକୁ ସ୍ପଷ୍ଟ ଅନୁମତି ପାଇଛନ୍ତି। ଟ୍ରିବ୍ୟୁନାଲ୍ ବଂଶଧାରା ନଦୀ ଉପରେ ଗୋଟ୍ଟା ବ୍ୟାରେଜ୍ ରେ ଜଳ ଉପଲବ୍ଧତାକୁ ୧୧୫ ଟିଏମସି ଭାବରେ ଚୂଡ଼ାନ୍ତ କରିଛନ୍ତି। ଆନ୍ଧ୍ର ଏବଂ ଓଡ଼ିଶା ଉଭୟ ସମାନ ଭାବରେ ପାଣି ନେଇପାରିବେ। ବର୍ତ୍ତମାନ, ଆନ୍ଧ୍ର ସରକାର ବଂଶଧାରା ନଦୀ ଉପରେ ନେରାଡି ବ୍ୟାରେଜ୍ ସହିତ ଅନ୍ୟାନ୍ୟ ସଂଯୋଗବଦ୍ଧ ନିର୍ମାଣ ନିର୍ମାଣ କରିପାରିବେ। ଓଡ଼ିଶାର ଆବଶ୍ୟକତା ପାଇଁ ଆନ୍ଧ୍ର ବାମ ମୁଣ୍ଡ ସ୍ଲୁଇସ୍ ପାଇଁ ୮୦୦୦ କ୍ୟୁସେକ୍ ଡିଜାଇନ୍ କ୍ଷମତା ସହିତ ଏକ ଡାହାଣ ମୁଣ୍ଡ ସ୍ଲୁଇସ୍ ନିର୍ମାଣ କରାଯିବ। ନେରାଡି ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶା ସରକାର ନିଜ ମାଟିରେ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରକୁ ହସ୍ତାନ୍ତର କରିବେ, ଯାହା କ୍ଷତିପୂରଣ ଏବଂ ଅନ୍ୟାନ୍ୟ ବହନ କରିବ। ଆନ୍ଧପ୍ରଦେଶ ସରକାର କାଟ୍ରାଗେଡାରେ ନିର୍ମିତ ସାଇଡୱେୟାର ମାଧ୍ୟମରେ ପ୍ରତିବର୍ଷ ଜୁନ୍ ୧ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ୮ ଟିଏମସି ପାଣି ବ୍ୟବହାର କରିବାକୁ ଅନୁମତି ପାଇଥିଲେ। ବ୍ୟାରେଜ୍ ନିର୍ମାଣ ସମାପ୍ତ ହେବା ପରେ, ସାଇଡୱେୟାର ବନ୍ଦ ହୋଇଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ରମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଏହି ରାୟକୁ ଐତିହାସିକ ଦର୍ଶାଇ କହିଛନ୍ତି ଯେ, ଏହା ଶ୍ରୀକାକୁଲମ୍ ଜିଲ୍ଲାର କୃଷି ସମ୍ପ୍ରଦାୟ ପାଇଁ ନୂତନ ଆଶା ସଞ୍ଚାର କରିବ। ଅପର ପକ୍ଷରେ ଓଡ଼ିଶାର ଗଜପତି ଜିଲ୍ଲାର କାଶିନଗର ଓ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକର ନଦୀ କୁଳିଆ ଚାଷୀ ଓ ଲୋକଙ୍କୁ ନିରାଶ କରିଛି। ଏହି ଅଞ୍ଚଳର ମୂଲ୍ୟବାନ ଚାଷ ଜମି କ୍ଷତି ହେବା ସହ ଗ୍ରାମ ଗୁଡିକ ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହି ଏହା ଆନ୍ଧ୍ର ସରକାରଙ୍କ ନେତୃତ୍ବ ନେଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୈତିକ ବିଜୟ ବୋଲି ମଧ୍ୟ କୁହାଯାଇଛି। କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଚାଲିଛି। ଆନ୍ଧ୍ରର ତେଲୁଗୁ ଦେଶମ ଦଳର ଦୟାରେ କେନ୍ଦ୍ରରେ ବିଜେପି ସରକାର ଚାଲିଥିବାରୁ ଟ୍ରିବୁନାଲ ରାୟ ତାଙ୍କ ସପକ୍ଷରେ ଯାଇଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ଉଠିଛି। ଏହି ରାୟ ବିରୋଧରେ ଓଡ଼ିଶାର ମୋହନ ସରକାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେହି ମୁହଁ ଖୋଲି ନାହାନ୍ତି। ଉଲେଖଯୋଗ୍ୟଯେ ଏହି ବ୍ୟାରେଜ ନିର୍ମାଣ ଦ୍ବାରା ଓଡ଼ିଶା ସୀମାନ୍ତ ଗଜପତି ଓ ରାୟଗଡ଼ା ଜିଲାର ୧୦୬ ଏକର ଜମି ଜଳମଗ୍ନ ହେବା ସହିତ ବଂଶଧାରା ନଦୀର ଗତିପଥ ପରିବର୍ତ୍ତନ ସାଙ୍ଗକୁ ତଳମୁଣ୍ଡ ଶୁଷ୍କ ପଡ଼ିବାର ସମ୍ଭାବନା ରହିଛି । ଫଳରେ ହଜାର ହଜାର ପରିବାର ପ୍ରଭାବିତ ହେବେ । ଯାହାକୁ ନେଇ ୨୦୦୬ ମସିହାରେ ଓଡ଼ିଶା ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬କୁ ଆଧାର କରି କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିଲା ଆନ୍ଧ୍ର । ୨୦୧୦ ମସିହାରେ ବଂଶଧାରା ଜଳ ଟ୍ରାଇବୁନାଲ ଗଠନ ହୋଇଥିଲା। ଉଭୟ ରାଜ୍ୟର ସମୂହ ସ୍ବାର୍ଥ ଦୃଷ୍ଟିରୁ ରାୟଗଡ଼ା ଓ ଗଜପତି ଜିଲାର ୧୦୬ ଏକର ଜମି ଅଧୂଗ୍ରହଣ ସହିତ ଉଭୟ ଜିଲାର ୨.୫ ଲକ୍ଷ ଏକର ଜମି ଓ ୧୮ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ଉପଲବ୍ଧ କରିବାକୁ ଆନ୍ଧ୍ର ସହିତ ଓଡ଼ିଶା ସରକାର ଚୁକ୍ତିନାମା ସ୍ବାକ୍ଷର କରିଥିଲା। କିନ୍ତୁ ଓଡ଼ିଶା ପ୍ରଶାସନ ଏଥ୍ରେ ସହମତି ପ୍ରକାଶ କରି ନଥିଲା। ପର ମୁହୂର୍ତ୍ତରେ ୨୦୧୯ ମସିହାରେ ପୁଣିଥରେ ମୁକୁନ୍ଦ ଶର୍ମାଙ୍କ ନେତୃତ୍ୱରେ ଏକ କମିଟି କାଶୀପୁର ବ୍ଲକ ଓ ରାୟଗଡ଼ାର ଗୁଣପୁର ଗସ୍ତ କରି ସମ୍ପୃକ୍ତ ଅଞ୍ଚଳ ପରି ପରିଦର୍ଶନ କରିବା ସହିତ କେନ୍ଦ୍ର ଜଳ ସମ୍ପଦ ସଚିବଙ୍କ ଅନୁମୋଦନ କ୍ରମେ ଦୁଇ ମେ ଦୁଇ ରାଜ୍ୟ ବଂଶଧାରା ନଦୀର ଉପଲବ୍ଧ ୧୧୫ ଟିଏମସି ଜଳକୁ ପଚାଶ ପଚାଶ ଚାଶ ଅନୁପାତରେ ବଣ୍ଟନ ଏବଂ ସମସ୍ତ ନିର୍ମାଣ ଖର୍ଚ ଆନ୍ଧ୍ର ବହନ କରିବାକୁ ଆଦେଶ ଦେଇଥିଲେ। ନେରେଡି ବେରେଜ୍ ନିର୍ମାଣ ହେଲେ ୧୦୭.୨୮୦ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ନେରେଡି ଡ୍ୟାମ ନିର୍ମାଣ ଆରମ୍ଭ କରିଥିଲା ଆନ୍ଧ୍ର । ସୂଚନାଯୋଗ୍ୟ ଏହି ନେରେଡି ବ୍ୟାରେଜ ପ୍ରକଳ୍ପ ବିବାଦ ଷାଠିଏ ସତୁରି ଦଶକରେ ହୋଇଥିବା ବେଳେ ଅଶୀ ଦଶକରେ ଉକ୍ତ ପ୍ରକଳ୍ପ କୁ ବିରୋଧ କରି ବିପ୍ଲବୀ ନେତା ନାଗଭୂଷଣ ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ଭୁବନମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ ହେବା ସହ ଏକାଧିବାର ଆମରଣ ଅନଶନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଅଟକେଇବାରେ ସକ୍ଷମ ହୋଇ ଥିଲେ। ତେବେ ୨୦୦୩ ମସିହାରେ ନେରେଡି ନିକଟ କାଟ୍ରାଗଡା ନିକଟରେ ବ୍ୟାରେଜ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜ ଶେଖର ରେଡି ଉଦଘାଟନ କରି କାମ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ଓଡ଼ିଶାର ନବୀନ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇ ପ୍ରକଳ୍ପକୁ ବନ୍ଦ କରିବା ପରେ ସମାଧାନ ପାଇଁ କେନ୍ଦ୍ର ସରକାର ବଂଶଧାରା ଟ୍ରିବୁନାଲ ଗଠନ କରିଥିଲେ।


