ଆପ୍ତିରା ୟୁଜିଏମଇ ସ୍କୁଲରେ ମହତାବ ଜୟନ୍ତୀ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆପ୍ତିରା ୟୁଜିଏମଇ ସ୍କୁଲରେ ନବ ଉତ୍କଳର ନିର୍ମାତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ମିଶ୍ରଣର ପୁରୋଧା, ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଳମଣି ନାୟକଙ୍କ ସଭାପତିତ୍ୱ ତଥା ସହକାରୀ ଶିକ୍ଷକ ଗୋପୀନାଥ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷୟିତ୍ରୀ ଅନୁଜା ପଣ୍ଡା, ସହକାରୀ ଶିକ୍ଷକ ପ୍ରଭାତ କୁମାର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ଓ ଗଡଜାତ ମିଶ୍ରଣରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ବୋଲି କହିଥିଲେ । ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମହତାବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।


