ଚିତ୍ରଶିଳ୍ପୀ ନମିତା ବେହେରା ପାଇଲେ ବିଦ୍ୟାରତ୍ନ ସମ୍ମାନ

ବନ୍ତ,(ଚାନ୍ଦିନୀ ମହାନ୍ତି) :ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଚିତ୍ରଶିଳ୍ପୀ ନମିତା ଆଉ ଏକ ସୋପନ ଚଢିଛନ୍ତି । ନିକଟରେ ସେ ଲକ୍ଷ୍ନୌ ଉତ୍ତର ପ୍ରଦେଶ ର ଭିଜନ ୱେଲ୍ ନେସ୍ ଫାଉଣ୍ଡସନ୍ ପକ୍ଷରୁ ଚୟନ ହୋଇ ବିଦ୍ୟାରତ୍ନ ସମ୍ମାନ ପାଇଛନ୍ତି । ବିଦ୍ୟାରତ୍ନ ରତ୍ନ ସଂସ୍ଥା ପକ୍ଷରୁ ମାନପତ୍ର,ସଂବେଗ ଫଳକ ଓ ମେଡାଲ୍ ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ନମିତାଙ୍କ ଉତ୍ସାହ ବୃଦ୍ଧି ପାଇଛି । ପ୍ରକାଶଥାଉକି ନମିତା ନିଜ ଖର୍ଚ୍ଚରେ ସ୍ୱହସ୍ତରେ ୫ ଶହ ରୁ ଉର୍ଦ୍ଧ ଚିତ୍ର ଆଙ୍କି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରିଥିବାରୁ ତାଙ୍କୁ ଏହି ସମ୍ମାନ ବେଷ୍ଟ ଚିତ୍ରକଳାକାର ଭାବେ ମିଳିଛି । ଏବେ ସେ କୋମଳମତି ଛାତ୍ରଛାତ୍ରୀଙ୍କୁ ନିଶୁଳ୍କରେ ଶିକ୍ଷାଦାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ