ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା: ଘଟଣା ସ୍ଥଳ ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ

ଛତ୍ରପୁର,(ଓ୍ବାଇଏନଏସ)  ଆର୍ଯ୍ୟପଲ୍ଲୀ ସମୁଦ୍ର କୁଳ ଲଙ୍ଗିବା ନେଇ ଭୟଭିତ ଅବସ୍ଥା ରେ ଅଛନ୍ତି ଅଂଚଳବାସୀ, ଏନେଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ । ଅପରାହ୍ନ ଆର୍ଯ୍ୟପଲ୍ଲୀ ସମୁଦ୍ର କୁଳ ଖାଉଥିବା ସ୍ଥାନ ଜିଲ୍ଲାପାଳ ପରିଦର୍ଶନ କରିବା ସହ ଗୋପାଳପୁର ବନ୍ଦର କତୃପକ୍ଷ , ଜଳସେଚନ ବିଭାଗ ଅଧିକାରୀ ଓ ମତ୍ସ୍ୟଜିବିଙ୍କ ସହ ଆଲୋଚନା କରିଥିଲେ । ସୁରକ୍ଷା ନିମନ୍ତେ ସମୁଦ୍ର ଭିତରେ ୧୧ଟି ଆଡି ବନ୍ଧ ନିର୍ମାଣ କରାଯିବ, ଏଥି ନିମନ୍ତେ ପରିବେଶ ମଞ୍ଜୁରୀ ଦରକାର, ଏହା କିପରି ଖୁବ ଶ୍ରୀଘ୍ର କାର୍ଯ୍ୟକାରୀ ହୋଇ ପାରିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ, ଏହା ସହିତ ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ବଡ଼ ବଡ଼ ଜୁଆର ହେତୁ କୂଳ ଖାଉଛି,ସେଥିପାଇଁ ସମୁଦ୍ରକୂଳ ରେ ପକାଯାଉଥିବା ପଥର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ, ଏହା ସହିତ ମତ୍ସ୍ୟଜିବିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ, ସୂଚନା ଯୋଗ୍ୟ ଯେ କିଛି ଦିନ ହେବ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଗିବା ଦ୍ୱାରା ଗୋଟିଏ ଗୋଟିଏ ଛୋଟ ଛୋଟ ବିଶ୍ରାମ ଗୃହ ସମେତ କିଛି ଛୋଟ ମନ୍ଦିର ସମୁଦ୍ରରେ ଲୀନ ହୋଇଯାଇଥିବା ବେଳେ  ରାସ୍ତାର ପାଣିରେ ଧୋଇ ନଷ୍ଟ ହେବାସହ ଗ୍ରାମବସି ଅଚଂଳକୁ ମାଡି ଆସୁଛି ସମୁଦ୍ର । ଗାଁ ଠାରୁ ଏବେ ମାତ୍ର ୫୦ ମିଟର ଦୁରରେ ରହିଛି ଯାହାଫଳରେ ଭୟଭିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଆଜି ଜିଲ୍ଲାପାଳଙ୍କ ସହ ପରିଦର୍ଶନ ବେଳେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ,ଛତ୍ରପୁର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ,ବନ୍ଦର କତୃପକ୍ଷ ଓ ଜଳସେଚନ ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ