ବେଆଇନ ମୋରମ ଚାଲାଣ ବେଳେ ୩ ଟିପ୍ପର ଜବତ କଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ

ଛତ୍ରପୁର (ଓ୍ବାଇଏନଏସ) : ଆର୍ଯ୍ୟପଲ୍ଲୀ ଥାନା ଅଞ୍ଚଳରେ ବେଆଇନ ମୋରମ ଚାଲାଣ ବେଳେ ୩ ଟି ଟିପ୍ପର କୁ ଜବତ କରିଛି ଆର୍ଯ୍ୟପଲ୍ଲୀ ଥାନା ପୋଲିସ l ସୁନ୍ଦରପୁର ରୁ ବେଆଇନ ମୋରମ ଚାଲାଣ ହେଉଥିବା ଖବର ପାଇ ଆର୍ଯ୍ୟପଲ୍ଲୀ ମେରାଇନ ଆଇ ଆଇ ସି ବିଦ୍ୟା ଭାରତୀ ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ୩ ଟି ଟିପ୍ପର କୁ ଜବତ କରିଥିଲା l ଏନେଇ ୩ ଜଣ ଡ୍ରାଇଭର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆର୍ଯ୍ୟପଲ୍ଲୀ ଆଇ ଆଇ ସି ବିଦ୍ୟା ଭାରତୀ ନାୟକ ସୂଚନା ଦେଇଛନ୍ତି l ଏନେଇ ଆର୍ଯ୍ୟପଲ୍ଲୀ ଥାନାରେ ୬୦/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଆଇ ଆଇ ସି ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ