ଆଶିଷ ଚକ୍ରବର୍ତ୍ତୀ ବିଜୁ ଜନତା ଦଳର ନୂତନ ଜିଲ୍ଲା ସଭାପତି

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିପ୍ଲବୀ ବୀର ଧରଣୀଧରଙ୍କ ଜୟନ୍ତୀରେ କେନ୍ଦୁଝର ଜିଲ୍ଲାର ଲଢୁଆ ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମନୋନୀତକରିଛନ୍ତିକେନ୍ଦୁଝରସମେତଭୁବନେଶ୍ୱର,ରାଉରକେଲା, ମୟୁରଭଞ୍ଜ-୨, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଛାତ୍ର ରାଜନୀତିରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଆଶିଷ ଚକ୍ରବର୍ତ୍ତୀ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଭାବେ ସଂଗଠନ ଆରମ୍ଭ କରିଥିଲେ। ପରେ ଯୁବ ଜନତା ଦଳ ସଭାପତି ସହ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସହ ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ସମ୍ପାଦନ କରିଛନ୍ତି।୨୦୧୭ମସିହାରେ ତାଙ୍କ ସଭାପତିତ୍ବ ସମୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହୋଇ ବିଜୁ ଜନତା ଦଳ ବିପୁଳ ଜନ ସମର୍ଥନ ହାସଲ କରିଥିଲା। ସେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ମଧ୍ୟ ରହିଥିଲେ।ଦୀର୍ଘ ସମୟ ଧରି ସେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଦାୟିତ୍ୱ ନିର୍ବାହ କରିବା ସହିତ ଏବେ ଜିଲ୍ଲା ପରିଷଦ ସଦସ୍ୟ ରହିଛନ୍ତି। ଜଣେ ଓଜସ୍ୱିନୀ ବକ୍ତା ଓ ସଂଗଠକ ଭାବେ ତାଙ୍କର ସୁନାମ ରହିଥିବା ବେଳେ ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ମିଳିଥିବାରୁ ଜିଲ୍ଲାର ବିଜୁ ଜନତା ଦଳ କର୍ମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି।ତେବେ ସମ୍ପ୍ରତି ବିଜୁ ଜନତା ଦଳ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବା ବିଜେପିର କର୍ମୀ ମାନେ ଉତ୍ସାହିତ ଥିବା ବେଳେ ଏହି ନୂତନ ଦାୟିତ୍ୱ ଆଶିଷଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ। ତେବେ ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ସହିତ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ଵୟ ରଖାଯିବାକୁ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ