ଯୁକ୍ତ ଦୁଇରେ ଟପ୍ପର ଆଶିଷ
ମୋହନା(ଓ୍ବାଇଏନଏସ): ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷାଫଳ । ଗଜପତି ଜିଲ୍ଲା ମୋହନା ବ୍ଲକର 4 ଟି କଲେଜରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ ) ର ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି । ଏହି ଫଳାଫଳରେ ମୋହନାର ଜଣେ ତେଜରାତି ଦୋକାନୀଙ୍କ ପୁଅ ବିଜ୍ଞାନ ଛାତ୍ର ଆଶିଷ ମହାପାତ୍ର ମୋହନା ବ୍ଲକରେ ଟପ୍ପର ହୋଇଛନ୍ତି । ମୋହନା ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଆଶିଷ ମହାପାତ୍ର ସର୍ବାଧିକ 466 ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ମୋହନା ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ ରେ 105 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 98 ଜଣ ପାସ କରିଛନ୍ତି l ସେମାନଙ୍କ ମଧ୍ୟରୁ 4 ଜଣ ପ୍ରଥମ,14 ଜଣ ଦ୍ୱିତୀୟ ଓ 80 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ରେ ଟପ୍ପର ହୋଇଥିବା ଆଶିଷ ଜଣେ ତେଜରାତି ଦୋକାନୀ ଶିବରାମ ମହାପାତ୍ର ଙ୍କ ପୁଅ । ବାପା ଶିବରାମ ମୋହନା ହିଲଟପ କଲେଜରେ ଜଣେ କର୍ମଚାରୀ ଥିବାବେଳେ ଗତ ଦୁଇ ବର୍ଷ ହେଲା ଅବସର ନେଇଛନ୍ତି । ମୋହନା ବଜାର ରେ ଗୋଟିଏ ତେଜରାତି ଦୋକାନ କରିଛନ୍ତି। ପୁଅ ଆଶିଷ ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଡିବା ସହ 2023 ମାଟ୍ରିକ ପରୀକ୍ଷାରେ 88 ପ୍ରତିଶତ ମାର୍କ ରଖି ସଫଳତା ର ସହ ଉତୀର୍ଣ୍ଣ ହୋଇଥିଲେ। ବର୍ତ୍ତମାନ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନରେ ମୋହନା ବ୍ଲକ ଟପ୍ପର ହୋଇଥିବାରୁ ପରିବାର ରେ ଖୁସିର ଲହରୀ ଖେଳିଯାଇଛି।