ଅଶୋକ କୁମାର ଜେନା ଜିଲ୍ଲା କଂଗ୍ରେସ ସମ୍ପାଦକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କଂଗ୍ରେସର ଉଦୀୟମାନ ସଂଗଠକ ଅଶୋକ କୁମାର ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସମ୍ପାଦକ ଭାବେ ଦଳ ପକ୍ଷରୁ ମନୋନିତ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସମ୍ପାଦକ ଭାବେ ମନୋନିତ କରିଛନ୍ତି। ଶ୍ରୀ ଜେନା କଂଗ୍ରେସ ଦଳର ଜଣେ ବଳିଷ୍ଠ ସଂଗଠକ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହିତ ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଶ୍ରୀ ଜେନାଙ୍କୁ ଦଳର ଜିଲ୍ଲା ସମ୍ପାଦକ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଶ୍ରୀ ଜେନା ପିସିସି ସଭାପତି ଶ୍ରୀ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଏନେଇ ଶ୍ରୀ ଜେନାଙ୍କୁ ବିଭିନ୍ନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।


