ଅଷ୍ଟପ୍ରହର ନାମଯଜ୍ଞ ଉଦ୍‍ଯାପିତ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଏନ୍‌ଏସି ଅଧିନସ୍ଥ ଅଶୋକା ସିନେମାହଲ୍ ଛକସ୍ଥିତ ହନୁମାନ ମନ୍ଦିର ନିକଟରେ ବିଶ୍ୱ କଲ୍ୟାଣ ନିମିତ୍ତ ଗତକାଲି ଠାରୁ ଆରମ୍ଭ ହୋଇଥିବା ୫୮ତମ ଅଷ୍ଟପ୍ରହର ନାମଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସୋମବାର ଉଦ୍‍ଯାପିତ ହୋଇଯାଇଛି । ଏହି ଅଷ୍ଟପ୍ରହର ନାମଯଜ୍ଞରେ ଆସିକା, ଭେଟନଇ, ମର୍ଦ୍ଦରାଜପୁର, ଝାଡବନ୍ଧ, ତେନ୍ତୁଳିଆ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ । ସୋମବାର ଏହି ଅଷ୍ଟପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ସାଙ୍ଗକୁ ନଗର ପରିକ୍ରମା, ଦଧିଭାଣ୍ଡ ଭଞ୍ଜନ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ମୁକୁନ୍ଦପୁର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବୀର ବଜରଙ୍ଗ ନାମ ସଂକୀର୍ତ୍ତନ ମଣ୍ଡଳୀର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଥିବା ଏହି ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ରଂଜନ କୁମାର ପଣ୍ଡା, କାହ୍ନୁଚରଣ ପଣ୍ଡା, ଏସ୍‍.ରାମାରାଓ ରେଡି, କେ.ରାବଣା ରାଓ, ରବିନ୍ଦ୍ର କୁମାର ପରିଡା, ରବିନ୍ଦ୍ର କୁମାର ସାହୁ, କ୍ରିଷ୍ଣା ରାଓ, ବାବୁଲା ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ମହାରଣା, ଜିତେନ୍ଦ୍ର କୁମାର ପାତ୍ର, କେ.ବଦ୍ରିନାରାୟଣ ପୃଷ୍ଟି, ପ୍ରକାଶ ବେହେରା, ଉଲ୍ଲାସ ରଂଜନ ପାଢୀ, କୋଟେଶ୍ୱର ପଣ୍ଡା, ପରମେଶ୍ୱର ସାହୁ, ବଳଭଦ୍ର ସାହୁ, ଜଗନ୍ନାଥ ସାହୁ, ସୁଚିତ୍ର ମହାରଣା, ସୁଶାନ୍ତ ମହାରଣା, ଗୋପାଳକୃଷ୍ଣ ସାହୁଙ୍କ ସମେତ ଅଶୋକା ସିନେମା ରୋଡର ସ୍ୱେଚ୍ଛାସେବୀ, ଯୁବପିଢୀ, ବ୍ୟବସାୟୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ