ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ ଆଶୁତୋଷ

ଆସିକା  (ୱାଇଏନ୍‍ଏସ୍‍) : ବିହାର ରାଜ୍ୟର ପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର କଳା ଛାତ୍ର ତଥା ଶିକ୍ଷାନୁଷ୍ଠାନର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆଶୁତୋଷ ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଛି । ଆନ୍ତଃରାଜ୍ୟ ଯୁବ ବିନିମୟ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆଶୁତୋଷ ନାୟକ ମନୋନୀତ ହେବା ନିଶ୍ଚିତ ଭାବେ ଶିକ୍ଷାନୁଷ୍ଠାନ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମର ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଂଶଗ୍ରହଣକାରୀ ରୂପେ ମନୋନୀତ ହୋଇଥିବା ଏନ୍‍ବିସି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆଶୁତୋଷ ନାୟକଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ଏନ୍‍ଏସ୍‍ଏସ୍‍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସିଲୁ ସେଠୀ, ଅଧ୍ୟାପକ ବିକାଶ ଦିଗଲ୍‍, ଅଧ୍ୟାପକ ପ୍ରଫୁଲ କାଣ୍ଡଗୋରୀ, ଅଧ୍ୟାପକ ଉଦିତ୍‍ ନାରାୟଣ ଦାଶ, ଅଧ୍ୟାପକ ଅଜିତ୍‍ ମୁଖୀ, ଅଧ୍ୟାପିକା ସୁଜାତା ଟେଟେ, ଅଧ୍ୟାପକ ସଚ୍ଚିନ୍‍ ଜେନା, ଅଧ୍ୟାପକ ଆଲୋକ ପ୍ରଧାନ, ଅଧ୍ୟାପକ କେ.ସ୍ମିତା ପାତ୍ରଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶୈକ୍ଷିକ କର୍ମଚାରୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସଫଳତା କାମନା କରିଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ମାର୍ଗଦର୍ଶନର ଫଳସ୍ୱରୂପ ଏହି ପୁରାତନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପାଠପଢା ଠାରୁ ଆରମ୍ଭ କରି ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜର ପାରଦର୍ଶିତା ବଜାୟ ରଖିବାରେ ସକ୍ଷମ ହୋଇପାରିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଅଧ୍ୟାପକ ସିଲୁ ସେଠୀ ଜାତୀୟ ସେବା ଯୋଜନାର ସମସ୍ତ ନୀତିନିୟମକୁ ସୁଚାରୁ ରୂପେ ସଂପାଦନ କରିବା ସାଙ୍ଗକୁ ବିଭିନ୍ନ ସମୟରେ ପରିବେଶର ସୁରକ୍ଷା ଲାଗି ଚାରାରୋପଣ ଠାରୁ ଆରମ୍ଭ କରି ସଡକ ସୁରକ୍ଷା ଜୀବନ ରକ୍ଷା, ସ୍ୱାସ୍ଥ୍ୟସେବା ଶିବିର, ବିଶ୍ୱ ଏଡ୍‍ସ୍‍ ଦିବସ, ଫାଇଲେରିଆ ସଚେତନତା, ସ୍ୱଚ୍ଛତା ଲାଗି ପରିମଳ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ, ଆଜାଦି କା ଅମୃତ ମହୋତ୍ସବ, ହର୍‍ ଘର୍‍ ତ୍ରିରଙ୍ଗା , ଏକ୍‍ ପେଡ୍‍ ମା କେ ନାମ୍‍ ସମେତ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜନ କରି ବେଶ୍‍ ପ୍ରଶଂସା ଲାଭ କରିଥିବା ନଜିର୍‍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ