ନିଟ୍ ପରୀକ୍ଷାରେ ଆଶୁତୋଷଙ୍କ ସଫଳତା

ନାଉଗାଁ:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଓଡପଏଙ୍ଗା ଗ୍ରାମର ଛାତ୍ର ଆଶୁତୋଷ ଦାଶ ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଓଡପଏଙ୍ଗା ଗ୍ରାମର ପ୍ରକାଶ କୁମାର ଦାଶ ଓ ପ୍ରିୟଦର୍ଶିନୀ ଦାଶଙ୍କ ବଡ ପୁଅ ଆଶୁତୋଷ। ଆଶୁତୋଷ ନିଟ୍ ପରୀକ୍ଷାରେ ମୋଟ ୭୨୦ ମାର୍କରୁ ୫୮୩ ମାର୍କ ରଖି ସର୍ବଭାରତୀୟ ପରୀକ୍ଷାରେ ୩୦୧୪ ର‌୍ୟାଙ୍କରେ କୃତକାର୍ଯ୍ୟ ହୋଇ କାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇବା ପରେ ତାଙ୍କ ପରିବାର ତଥା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ଆଶୁତୋଷଙ୍କୁ ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ,ଡାବର ସମିତି ସଭ୍ୟ ସୁବଳ ବେହେରା,ସମାଜସେବୀ ରାଜେଶ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ