ମଧୁପଲ୍ଲୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଜଣ ଗିରଫ
ପୋଲସରା,(ଅନୀଲ କୁମାର ମହାରଣା): ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମରେ ଘଟିଥିବା ରାଜନୈତିକ ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଭିଯୋଗକାରୀ ପ୍ରଦୀପ ପ୍ରଧାନଙ୍କ ଏତଲା ଅନୁଯାୟୀ କେଶ ନମ୍ୱର ୭୩୧/୨୫ ପ୍ରକାରେ ପୁଲିସ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲସରା ପୋଲିସ ମଧୁପଲ୍ଲୀ ଗ୍ରାମର ବାଳକୃଷ୍ଣ ପ୍ରଧାନ, ଗଣେଶ ପ୍ରଧାନ, ରାମକୃଷ୍ଣ ପ୍ରଧାନ, କାହ୍ନ କରଣ, ସୁନିତ କରଣ, ସୁମନ ଛଟେଇ, ରାଜେଶ ପ୍ରଧାନ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାଇ ଅଛନ୍ତି। ସୂଚନା ମୁତାବକ ମଧୁପଲ୍ଲୀ ଗ୍ରାମର ୨ ଜଣ ଯୁବକ କୌଣସି କାମରେ କ.ନୂଆପଲ୍ଲୀ ଯାଇ ଘରକୁ ଫେରିବା ବେଳେ ନିକଟସ୍ଥ ବରଗାଁ ଛକ ନିକଟରେ ଜଳଖିଆ ଖାଇବା ସମୟରେ କୌଣସି କଥାକୁ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ପରେ ଉତ୍ୟକ୍ତ ହୋଇ ଉଭୟ ଗୋଷ୍ଠୀ ମଧ୍ୟରେ ରାତ୍ରରେ ନିଜ ଗ୍ରାମ ମଧୁପଲ୍ଲୀରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ସଂଘର୍ଷରେ ସେହି ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବ ବେଳେ ଅନ୍ୟ ୫ ଜଣ ଆହତ ହୋଇ ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସା ହୋଉଥିବା ସୂଚନା ମିଳିଛି । ଉଭୟ ଗୋଷ୍ଠୀ ଗୋଟିଏ ରାଜନୈତିକ ଦଳର ହୋଇଥିବା ଜଣାପଡିଛି।