ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ
ଆସିକା(ୱାଇଏନ୍ଏସ୍) : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ବୁଧବାର ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ଅନନ୍ୟ ଓ ସମ୍ମିଳିତ ପ୍ରୟାସ ଉପଯୋଗରେ କର୍କଟ ରୋଗର ନିରାକରଣ ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ କର୍କଟ ଦିବସ ପାଳନ କାର୍ଯ୍ୟକ୍ରମରେ ଡାକ୍ତର ନିଶିକାନ୍ତ ପଣ୍ଡା ଯୋଗଦେଇ କ୍ୟାନ୍ସର ରୋଗର କାରଣ, ନିରାକରଣ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି କାନ୍ସର (କର୍କଟ) ପ୍ରତିରୋଧକର ଉପାୟ ସ୍ୱରୂପ ତମାଖୁ ସେବନରୁ ସଦାସର୍ବଦା ନିବୃତ୍ତ ରହିବା, ମାଦକ ଦ୍ରବ୍ୟ ବା ନିଶାସେବନ ନକରିବା, ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଜାରି ରଖିବା, ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ପରିବେଶ ପ୍ରଦୂଷଣ ରୋକିବାକୁ ପ୍ରୟାସ କରିବାକୁ ଆହ୍ୱାନ କରିବାକୁ ସଅଳ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା କର୍କଟ ରୋଗରୁ ଆରୋଗ୍ୟସାଧ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଠିତ ଏହି ବିଶ୍ୱ କର୍କଟ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


