ଆସିକାର ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ସୁଶାନ୍ତ ପଣ୍ଡା ସମ୍ବର୍ଦ୍ଧିତ

ଆସିକା  (ୱାଇଏନ୍‍ଏସ୍‍) :ଶିକ୍ଷକତାକୁ ଜୀବନର ଏକ ପେଶା ଓ ନିଶା ଭାବେ ଗ୍ରହଣ କରି ୧୯୯୭ ମସିହା ଠାରୁ ଦୀର୍ଘ ପ୍ରାୟ ୨୮ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଅହରହ ପ୍ରୟାସ ଜାରି ରଖିଥିବା ସ୍ଥାନୀୟ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କୁ ୧୯୮୦ ମାଟ୍ରିକ ବ୍ୟାଚର ଛାତ୍ରମାନେ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଗର୍ବ ଓ ଗୌରବ ବହନ କରୁଥିବା ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚର ଛାତ୍ର ମିହିରକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବିରେନ୍‍ ପାତ୍ର, ପି.ଶିିବଶଙ୍କର ପାତ୍ର, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ସନ୍ତୋଷ ପ୍ରଧାନ, ପ୍ରକାଶ ପଣ୍ଡା, ଭଗବାନ ପାଢୀ, ସତ୍ୟବ୍ରତ ଚୌଧୁରୀ, ଡି.ଶିବଶଙ୍କର ପାତ୍ର, ଇ.ଭେଙ୍କେଟେଶ୍ୱର ପାତ୍ର, ପ୍ରମୋଦ ନାହାକ, କୃତିବାସ ରେଡିଙ୍କ ସମେତ ବହୁ ପୁରାତନ ଛାତ୍ର ଶନିବାର ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ଉଲ୍ଲେଖନୀୟ କୃତି ଓ କୀର୍ତ୍ତି ଲାଗି ପୁଷ୍ପଗୁଚ୍ଛ, ଉପଢୌକନ, ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ସେହିଭଳି ୨୦୨୪-୨୫ ଶିକ୍ଷାବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷାରେ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ସ୍ତରରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଆକାଶ ମହାନ୍ତି ଓ ଅମିତା ନାହାକଙ୍କୁ ମଧ୍ୟ ୧୯୮୦ ବ୍ୟାଚ୍‍ ପୁରାତନ ଛାତ୍ର ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିବା ଜଣାପଡିଛି । ଆସିକା ସହରର ଶତାୟୁ ପୁରାତନ ହରିହର ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ