+୨ ପରୀକ୍ଷାରେ ଅସୀମା +୨ ଜିଲ୍ଲା ଟପ୍ପର
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମାର୍ଶାଘାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅସୀମା ଦାସ ମୋଟ ୫୭୨ମାର୍କ ଅର୍ଥାତ ୯୫.୩ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅସୀମା ହେଉଛନ୍ତି ମାର୍ଶାଘାଇ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଓ ଅନ୍ନପୂର୍ଣ୍ଣା ଦାସଙ୍କ କନିଷ୍ଠା କନ୍ୟା। ଅସୀମା ମୁଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ମୋଟ ୫୮୭ ଅର୍ଥାତ ୯୭.୮୩ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ଅସୀମା ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।