ଛୁଆଙ୍କ ମଧ୍ୟାହ୍ନ ଭୋଜନରେ ଅସରପା: ମଧ୍ୟାହ୍ନ ଭୋଜନ ଖାଇଲେନି ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): ଛୁଆଙ୍କ ମଧ୍ୟାହ୍ନ ଭୋଜନରେ ଅସରପା ବାହାରିବାରୁ ଆଜି ମଧ୍ୟାହ୍ନ ଭୋଜନ ଖାଇଲେନି ଛାତ୍ରଛାତ୍ରୀ। ଏପରି ଘଟଣା ଘଟିଛି ହାଟଡିହି ବ୍ଲକ ଶାଳଣିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଅଜି ୧୩୦ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥଲା। ମାତ୍ର ଭାତ ବାଢ଼ିବା ବେଳେ ଜଣେ ଛାତ୍ରଙ୍କ ଥାଳିରେ ଏକ ମଲା ଅସରପା ପଡ଼ିଥିବା ଦେଖିବା ପରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ନଥିଲେ। ଏହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଧାନ ଶିକ୍ଷକ ଅଫିସ କାମରେ ହାଟଡିହି ଆସିଥିବାରୁ ଛାତ୍ରଛାତ୍ରୀ ମାନେ ନିଜ ନିଜର ଘରକୁ ଯାଇ ଖାଇଥିଲେ। ଏ ଖବର ପାଇ ପ୍ରଧାନ ଶିକ୍ଷକ ବାଦଲ କୁମାର ଜେନା ତୁରନ୍ତ ସ୍କୁଲକୁ ଫେରି ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଦେଇଥିବା ଜଣାଯାଇଛି।