ପହେଲଗାଆଁ ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ମୃତକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ସହାୟତା ପ୍ରଦାନ
ବାଲେଶ୍ବର (ସରୋଜ ପଣ୍ଡା): ୨୨ ଅପ୍ରେଲ ପହେଲଗାଆଁ ହିନ୍ଦୁ ନରସଂହାର ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା କରିବା ପାଇଁ ଆସାମ ସରକାର ଘୋଷଣା କରିଥିଲେ। ସେହି କ୍ରମରେ ଆଜି ଆସାମ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଂଘଲ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବାର୍ତ୍ତା ସମ୍ବଳିତ ମାନପତ୍ର ଓ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ମୃତକ ପ୍ରଶାନ୍ତ ଶତପଥୀଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ମମତା ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ମୋହିତ ପୋଦାର, ସୁରଝଙ୍କାର ସେଠୀ, ମଣ୍ଟୁ ପେରିଓ୍ବାଲ, ରଞ୍ଜିତ ପୃଷ୍ଟି, ସ୍ବାଧୀନ ପଣ୍ଡା, ସୌଭାଗ୍ୟ ଦାସ ପ୍ରମୁଖ ଯାଇଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ସିଂଘଲ ୨୨ ଅପ୍ରେଲ ପହେଲଗାଆଁ ହିନ୍ଦୁ ନରସଂହାରକୁ ତିବ୍ର ସମାଲୋଚନା କରିବା ସହିତ ତାର ପ୍ରତିକାର ସ୍ବରୂପ ଅପରେସନ ସିନ୍ଦୂରର ଭୂୟସୀ ପ୍ରଶଂସା କରିଥିଲେ।