ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଯୋଗର ତଦନ୍ତ କଲେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ

ହାଟଡିହି (ଓ୍ବାଇଏନଏସ): ବଡ଼ରମ୍ପାସ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଛନ୍ତି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ ଦଳ। ବଡ଼ରମ୍ପାସ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲରେ ଉପଯୁକ୍ତ ଶିକ୍ଷାଦାନ କରୁ ନଥିବା, ବିଦ୍ୟାଳୟ ଚେୟାର ଉପରେ ଅନେକ ସମୟରେ ଶୋଇବା, ବିଦ୍ୟାଳୟ ଘରେ ନିଜ ବ୍ୟକ୍ତିଗତ ଧାନ ରଖିବା ଭଳି ଅଭିଯୋଗ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ହୋଇଥଲା। ପଞ୍ଚାୟତ ର ସରପଞ୍ଚ ରବିନ୍ଦ୍ର ଜେନା ଏହି ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳଙ୍କ ନିକଟରେ ମଧ୍ଯ ଗ୍ରାମର ଜଣେ ଅଭିଭାବକ ବିଦ୍ୟାଳୟର ଅନିୟମିତତା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବ୍ଲକ ଶିକ୍ଷା ଅଧିକାରୀ ଏବିଇଓ ଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ପାଇଁ ପଠାଇଥିଲେ। ଗତକାଲି ଏହି ଟିମ୍ ତଦନ୍ତ ପାଇଁ ଯାଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି , ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କୁ ପଚରା ଉଚରା କରିଛନ୍ତି। ଅନ୍ଯ ପକ୍ଷରେ ଏହି ତଦନ୍ତର ସ୍ଵଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସରପଞ୍ଚ। ତଦନ୍ତକାରୀ ଦଳ ଭିତରେ ମରେଇଗାଁ ସ୍କୁଲ ର ଜଣେ କର୍ମଚାରୀ କାହିଁକି ଯାଇଥିଲେ। ଯେକି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ସମ୍ପର୍କୀୟ। ସେ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ଉପଯୁକ୍ତ ତଦନ୍ତ କରା ନଯାଏ ତେବେ ସ୍କୁଲ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ