ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ରବି ପାତ୍ରଙ୍କ ପରଲୋକ

ଗୁଣପୁର,(ୱାଇଏନଏସ): ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ରବି ଶଙ୍କର ପାତ୍ରଙ୍କ ବ୍ରହ୍ମପୁର ଗାନ୍ଧୀ ନଗରସ୍ଥିତ ନିଜ ବାସ ଭବନରେ ୫୯ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛି ମାସ ହେଲା ସେ କର୍କଟ ରୋଗରେ ପିଢିତ ହୋଇ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ହଠାତ ତାଙ୍କର ସ୍ବାସ୍ଥ୍ୟ ଭୀଷଣ ଅସ୍ଵସ୍ଥ ଅନୁଭବ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଶେଷ ସମୟରେ ସ୍ଵର୍ଗତଃ ପାତ୍ର ପତ୍ନୀ ମଧୁସ୍ମିତା ଓ ପୁଅ ଅହନକୁ ଛାଡି ଯାଇଛନ୍ତି। ଜଣେ ମେଳାପି ଓ ବନ୍ଧୁ ବତ୍ସଳ ବ୍ୟକ୍ତି ରୂପେ ପରିଚିତ ସ୍ଵର୍ଗତଃ ପାତ୍ର ପୁରୁଷୋତ୍ତମପୁର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ଆସନ୍ତା ଜୁନ ମାସରେ ଚାକିରୀ ଜୀଵନରୁ ଅବସର ଗ୍ରହଣ କରିଥାନ୍ତେ। ପୂର୍ବରୁ ସେ ଫୁଲବାଣୀ ଓ ଗୁଣପୁରରେ ମଧ୍ୟ ସଫଳତାର ସହ କାମ କରି ସୁନାମ ଅର୍ଜନ କରିଥିଲେ। ନୂଆଦିଲ୍ଲୀରେ ଚାକିରୀ କରୁଥିବା ଏକ ମାତ୍ର ପୁଅ ଅହନ ଭୁବନେଶ୍ୱରରେ ପହଞ୍ଚିବା ପରେ ସମ୍ପର୍କୀୟ ମାନଙ୍କ ଉପସ୍ଥିତରେ ଆଜି ରାତିରେ ପୁରୀ ସ୍ଵର୍ଗଦ୍ବାରରେ ସ୍ଵର୍ଗତଃ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ