ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ହେଭିୱେଟ ନେତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ହେଭିୱେଟ ନେତାଙ୍କୁ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ କଣ୍ଟାପଡା ଗ୍ରାମରେ । ଏହି ଗ୍ରାମରେ ୧୦୦ତମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନାମ ଯଜ୍ଞ କାର୍ଯ୍ୟକ୍ରମ ଥିଲା । ଏଥିରେ ପ୍ରଥମେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ସହିତ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜ୍‌ୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇଥିଲେ । ପୂର୍ବରୁ ଏଠାରେ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ରଥ କୁମାର ଦାସ ଉପସ୍ଥିତ ଥିଲେ । ଯେହେତୁ ଶ୍ରୀ ଦାସଙ୍କର ଏହା ନିଜ ଗ୍ରାମ ଥିଲା । ସେ ଏଠାରେ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ମଲ୍ଲିକଙ୍କ ସହିତ ଅନ୍ୟ ଅତିଥି ମାନେ ଯିବାର କିଛି କ୍ଷଣ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ଏଠାରେ ଯୋଗ ଦେଇଥିଲେ । ସେ ଥିବା ଅବସ୍ଥାରେ ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀର ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏଠାରେ ପହଞ୍ôଚ ଥିଲେ । ତାଙ୍କ ସହିତ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁଙ୍କ ସମେତ ବ୍ଲକ ସ୍ତରୀୟ ନେତୃତ୍ୱ ମାନେ ଉପସ୍ଥିତ ଥିଲେ । ଏସମସ୍ତ ହେଭିୱେଟ ନେତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶ୍ରୀ ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କର କୃପା ଲାଭ କରିଥିଲେ । ଅପରପକ୍ଷେ ଏହି କାର୍ଯ୍ୟକ୍ରମରେ ନେତା ମାନଙ୍କର ଆଗମନକୁ ଆୟୋଜକ ତଥା ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ