ଅସ୍ତରଙ୍ଗ ଡ୍ରାଇଭର ମହାସଂଘ ବୈଠକ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ଶନିବାର ମଧ୍ୟାହ୍ନ ରେ ଷ୍ଟେଟ ବ୍ୟାଙ୍କ ନିକଟସ୍ଥ ଲକ୍ଷ୍ମୀ କଲ୍ୟାଣୀ ମଣ୍ଡପ ପରିସରରେ ଅସ୍ତରଙ୍ଗ ଡ୍ରାଇଭର ମହାସଂଘ ସଭାପତି କୃପାସିନ୍ଧୁ ବସ୍ତିୟା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରାଜ୍ୟ ଡ୍ରାଇଭର ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମେଣ୍ଡୁଲି (ଅଜୁ ), ମୁଖ୍ୟବକ୍ତା ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ଆଲୋକ ରାଉତ, ଅନ୍ୟତମ ବକ୍ତା ଚିତ୍ରସେନ ବେହେରା,ସଂମ୍ମାନିତ ଅତିଥି ପୁରୀ ଜିଲ୍ଲା ସଭାପତି ଗୋପାଳ ବାରିକ, ଜିଲ୍ଲା ଉପସଭାପତି ଗୋପବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସମ୍ପାଦକ କୁଲେନ ପାଟ୍ଟଶାଣୀ।ବୈଠକ ରେ ବିଭିନ୍ନ ସମସ୍ୟା ମଧ୍ୟରେ ଡ୍ରାଇଭର ମାନେ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ସରକାର ତାଙ୍କୁ କୌଣସି ସହାୟତା କରୁନାହାନ୍ତି। ଦାବୀ ଗୁଡିକ ମଧ୍ୟରେ ୱେଲ ଫେୟାର ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରିବା, ଡ୍ରାଇଭର ସୁରକ୍ଷା ଆଇନି ଆଣିବା, ପ୍ରତ୍ୟେକ ଶହେ କିମି ରେ ଡ୍ରାଇଭର ଙ୍କ ପାଇଁ ପାର୍କିଂ, ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା କରାଇବା, ଗାଡି କାଗଜ ପତ୍ର ଯାଞ୍ଚ ଦାୟିତ୍ୱ ପୁଲିସ କୁ ଦିଆନଯିବା ଆଦି ରହିଛି।ଏହା ସହ ଆଗାମୀ ଦିନରେ କିପରି ଭାବରେ ସଙ୍ଘ ଟି ସୁଦୃଢ ହେବା ସହ ସ୍ଥାନୀୟ ପ୍ରଶାସନ ତରଫରୁ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ଗୃହ ପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବ ରୁ ଦାବୀ ପତ୍ର ଦିଆଯାଇଥିଲା। ତୁରନ୍ତ ସ୍ଥାନ ଯୋଗାଇ ଦେବାକୁ ଆଗାମୀ ଦିନରେ ସଙ୍ଘ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ନିକଟରେ ପହଁଚିବେ ବୋଲି ନିଷ୍ପତି ନେଇଥିଲେ। ଏହି ବୈଠକ ରେ ଅସ୍ତରଙ୍ଗ ବ୍ଲକର ପାଖାପାଖି ୧ଶହ ରୁ ଉର୍ଦ୍ଧ ଡ୍ରାଇଭର ବୈଠକ ରେ ସାମିଲ ହୋଇଥିଲେ। ବୈଠକ ରେ ସମାଜ ସେବୀ ସତ୍ୟବ୍ରତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବ୍ଲକ ଉପସଭାପତି ବସନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ