ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତ ବାର୍ଷିକ ସମାରୋହ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ଭାରତରତ୍ନ ଅଟଳ ବିହାରୀ ପାଜପେୟୀଙ୍କ ଜନ୍ମ ଶତ ବାର୍ଷିକ ସମାରୋହ ଅଟଳ ବିହାରୀ ସ୍ମୃତି କମିଟି ଓ ବିଜେପି ଓବିସି ମୋର୍ଚ୍ଚା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ସଭାପତି ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଉପସଭାପତି ଡ.ଦୁଷ୍ମନ୍ତ ସିଂ,ଅନ୍ୟତମ ସ୍ବତନ୍ତ୍ର ଅତିଥି ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଗୌଡ଼, ମୁଖ୍ୟବକ୍ତା ଇଂରାଜୀ ଖବର କାଗଜ ଏସିଆନ ଏଜର ରାଜ୍ୟ ବ୍ୟୁରୋ ଚିଫ ଅକ୍ଷୟ କୁମାର ସାହୁ,ସମ୍ମାନିତ ଅତିଥି ବିଷମକଟକ ବିଜେପି ବିଧାୟକ ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକା, ମୁନିଗୁଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ଭି.ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିଶୁ ମନ୍ଦିର ଆଚାର୍ଯ୍ୟା କଳ୍ପନା ମିଶ୍ରଙ୍କ ଦ୍ଵାରା ପ୍ରାରମ୍ଭିକ ରାଷ୍ଟ୍ର ଗାନ ବନ୍ଦେ ମାତରଂ ପରେ ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରାଯାଇଥିଲା। ସ୍ମୃତି କମିଟି ସମ୍ପାଦକ ମନୋରଞ୍ଜନ ଦଳାଇ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ବାଜପେୟୀଙ୍କ ବହୁମୁଖି ପ୍ରତିଭା,ରାଷ୍ଟ୍ର ସର୍ବୋପରି ଚିନ୍ତନ ଓ ବାଜପେୟୀଙ୍କ ଜୀବନବ୍ୟାପୀ ଦେଶ ସେବା ଉପରେ ଆଲୋକପାତ କରିବା ସହ ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ ସମାଜସେବା,ଶିକ୍ଷା,ସ୍ୱାସ୍ଥ୍ୟ, ଗଣମାଧ୍ୟମ, କୃଷି,ସାହିତ୍ୟ,କଳା,ସଂସ୍କୃତି,ଗବେଷଣା, ଉଦ୍ୟୋଗ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ,ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଡ଼ା ଗୌରାଙ୍ଗ ଚରଣ ରାଉତ, ଅଶ୍ଵିନୀ ବାରିକ,ସୁବାସ ଗୌଡ଼,ରୁଦ୍ର ମୁଗୁଲି, ମୀନକେତନ ଗୌଡ଼,ଟୁନା କରକରିଆ, ସୁବାସ ପ୍ରାସକା,ଭୀମ ବେହେରା,ଗରିବ ଗରାଡ଼ିଆ, ଆଲିବାନା ବାଗ ପ୍ରମୁଖ ସହାୟତା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ଉତ୍ତମ ଦାସ ଓ କୃଷ୍ଣଚନ୍ଦ୍ର ମଲ୍ଲିକ କରିଥିଲେ ଶେଷରେ ଧନ୍ୟବାଦ ସୁଶୀଳା ସରାଫ ପ୍ରଦାନ କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ