ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ ଉତ୍ସବ
ବାଲେଶ୍ଵର (ସରୋଜ ପଣ୍ଡା):- ଆଜି ଅପରାହ୍ନ ଚାରିଟା ସମୟରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କର କମଳରେ ଆଭାସି ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ନୂତନ ବସ ଷ୍ଟାଣ୍ଡ ବସ୍ତା ଠାରେ ଆୟୋଜିତ ଏକ ସାଧାରଣ ସଭା ଓ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀଯୁକ୍ତ ସୁଧାକର ନାୟକ,ଆର.ଟି.ଓ. ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ଦଳବେହେରା,ବି. ଜେ. ପି.ଜିଲ୍ଲା ସଭାପତି ଶ୍ରୀଯୁକ୍ତ, ସ୍ଥାନୀୟ ବି. ଡି.ଓ.,ତହସିଲଦାର,ସମାଜସେବୀ ଶ୍ରୀଯୁକ୍ତ ରବୀନ୍ଦ୍ର ଅଣ୍ଡିଆ ବସ୍ତା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଆର. ଟି. ଓ କର୍ମକର୍ତ୍ତା,ଓଏସ ଆର ଟି ସି କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ବରେଣ୍ୟ ଅତିଥି ମାନଙ୍କ ପରିଚୟ ଏବଂ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖିଥିଲେ।ଏହି ଉତ୍ସବର ମୁଖ୍ୟ ଅତିଥି ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓଡ଼ିଶାର ପ୍ରଗତି ଓ ପ୍ରଧାନ ମନ୍ତ୍ରୀଙ୍କ ଦୂରଦୃଷ୍ଟି,ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶ ,ଉନ୍ନତି ପାଇଁ ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଦ୍ରୁତ ଗତିରେ ଅଗ୍ରଗତି ପଥେ ଆଗେଇବା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବର ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେଇ ଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଞ୍ଚାସୀନ ବରେଣ୍ୟ ଅତିଥି ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା,ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଡି . ଜି ଶ୍ରୀଯୁକ୍ତ, ୱାଇ.ଏସ.ଖୁରାନିଆ, ବାଣିଜ୍ୟ ଓ ପରିବହନ ଆୟୁକ୍ତ ଶ୍ରୀଯୁକ୍ତ ଅମିତାଭ ଠାକୁର, ସି.ଏମ.ଡି(ଓଏସଆରଟିସି).ଶ୍ରୀଯୁକ୍ତ ଦିପ୍ତେଶ ପଟ୍ଟନାୟକ,ପଦ୍ମଶ୍ରୀ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିବା ସହ ଉତ୍ସବ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ନିଜ ଅଧୀନରେ ଥିବା ବିଭାଗର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ,ଅଗ୍ରଗତି ସମ୍ପର୍କରେ ବିଶଦ ଭାବେ ଉପସ୍ଥାପନ କରି ଥିଲେ।ଆଜିର ଏହି ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ନିଜ କର କମଳରେ ଉଦ୍ଘାଟନ କରିଥିଲେ।ଏହି ଅବସରରେ ରାଜ୍ୟବାସୀଙ୍କୁ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇପାରିଛି ଏବଂ ଗମନାଗମନରେ ବହୁ ବିଧ ସୁବିଧା ପୁରୀ ଠାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ୮ଗୋଟି ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଗୁଡିକୁଲୋକାର୍ପଣ ପାରାଦୀପ ଏବଂ ଚାନ୍ଦବାଲି ଠାରେ କ୍ରିୟୁ ଟ୍ରେନିଂ ସେଣ୍ଟର୍ ,ଓଡ଼ିଶା ମେରୀ ଟାଇମ୍ ଏକାଡେମୀ,ଶିକ୍ଷାର୍ଥୀଙ୍କ ସହିତ ବାର୍ତ୍ତାଳାପ ,ଗାଡ଼ି ଚାଳନା ଲାଇସେନ୍ସ ପ୍ରକ୍ରିୟା ସହିତ ସଡକରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ଜନ ସଚେନତା ପାଇଁ ବ୍ରାଣ୍ଡ ଆମ୍ବସାଡର ଭାବେ ସିନେ ଅଭିନେତା ତଥା ମାନ୍ୟବର ବିଧାୟକ, ଦିଗପହଣ୍ଡି ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ,ପଦ୍ମଶ୍ରୀ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ ଙ୍କୁ ନେଇ “ଶୁନ ଦୁର୍ଘଟଣା ଦିବସ”ପାଳିବା, ସଡ଼କ ସୁରକ୍ଷା ନିତିନୀୟମକୁ ମାନି ଚଲିବା ଉପରେ ଗୁରୁତ୍ବ ଦେଇ ଥିଲେ।ଏହି ମଇ ୩ ତାରିଖକୁ ୱର୍ଲ୍ଡ ସାଇକ୍ଲିଂ ଡେ କୁ “ଶୁନ ଦୁର୍ଘଟଣା ଦିବସ”ଉପଲକ୍ଷେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶପଥ ପାଠ କରାଇଥିଲେ।ପରେ ପରେ ଜୀବନ ରକ୍ଷା କାରୀ ୧ ଘଣ୍ଟା ମଧ୍ୟରେ ଗୋଲ୍ଡେନ ଟାଇମ୍ ରେ ଅନ୍ୟର ଜୀବନ ବଞ୍ଚାଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରି ଥିଲେ।ଶେଷରେ ବାଣିଜ୍ୟ ଓ ପରିବହନ ଆୟୁକ୍ତ ଶ୍ରୀଯୁକ୍ତ ଠାକୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅଭାସି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବ ଅବସରରେ ବସ୍ତା ନୂତନ ବସ ଷ୍ଟାଣ୍ଡ ଆୟୋଜିତ ସଭାରେ ବି., ଡି.ଓ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ପୂର୍ବତନ ପ୍ରଧନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ନାମ ଅନୁସାରେ ଅଟଳ ବସ ଷ୍ଟାଣ୍ଡ, ବସ୍ତା କୁ ମଧ୍ୟ ଲୋକାର୍ପଣ କରି ଥିଲେ।ଏହି ଷ୍ଟାଣ୍ଡ ଟି ୩କୋଟି ଟଙ୍କା ବ୍ୟୟ ରେ ନିର୍ମିତ କୋଠାକୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶୁଭ ଉଦ୍ଘାଟନ କରିଥିଲେ।


