ଭୋଜିରେ ଆକ୍ରମଣ ଘଟଣା : ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ବାହୁଦା ନଦୀ ତଟ ଏକ ତୋଟା ରେ ମାଁ ସାତଭଉଣୀ ଙ୍କ ଦେବତା କାର୍ଯ୍ୟ ଭୋଜି ରେ ଗତ ୬ ତାରିଖ ଅପରାହ୍ନ ପ୍ରାୟ  ସାଢ଼େ  ୨ ଟା ରେ ଗ୍ରାମର ଦୁଃଖୀଶ୍ୟାମ ସେଠୀ ଙ୍କୁ  ସିମାଞ୍ଚଳ ସେଠୀ ଏବଂ ତାଙ୍କ ପୁଅ ଭବାନୀ ଶଙ୍କର ସେଠୀ ଘାତକ ଆକ୍ରମଣ କରିଥିଲେ।ଏନେଇ ଦୁଃଖୀ ଶ୍ୟାମ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲା ଅନୁସାରେ ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୧୫୨/୨୫ ଅନୁଯାୟୀ ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।  ଶନିବାର ତଦନ୍ତକାରୀ ଅଧିକାରୀ  ନୂଆପଡ଼ା ଫାଣ୍ଡି  ଏସ.ଆଇ ଜଗବନ୍ଧୁ ବାର୍ଲା ଅଭିଯୁକ୍ତ ବାପା ପୁଅ ଦ୍ବୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଦ୍ବୟ ତାଙ୍କୁ ପଛପଟୁ ଅତର୍କିତ ଆକ୍ରମଣ କରିଥିଲେ।ମାଡ଼ ମାରି ତାଙ୍କ ବାମ ହାତ ଭାଙ୍ଗି ଦେଇଥିଲେ।ନିକଟରେ ଥିବା ଦୁଃଖିଶ୍ୟାମ ଙ୍କ ସମ୍ପର୍କୀୟ ଅଜୟ କୁମାର ସେଠୀ ଏବଂ ଅକ୍ଷୟ କୁମାର ସେଠୀ ପହଞ୍ଚି ଛାଡାଇବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଦ୍ବୟ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ପୂର୍ବରୁ ଅଭିଯୁକ୍ତ ଦ୍ବୟ ଙ୍କ ନାଁ ରେ ଥାନା ମାମଲା ନଂ.୩୩୩/୨୪ ଅନୁଯାୟୀ ମକଦ୍ଦମା ରହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ