ସବ୍‌ ପୋଷ୍ଟମାଷ୍ଟରଙ୍କୁ ଆକ୍ରମଣ: ଥାନାରେ ମାମଲା ରୁଜୁ

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଧନୁର୍ଜୟପୁର ସବ୍ ପୋଷ୍ଟ ମାଷ୍ଟର ବିଶିକେଶନ ନାୟକଙ୍କୁ କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥ‌ିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି। ସବ୍‌ ପୋଷ୍ଟମାଷ୍ଟର ବିଶିକେଶନଙ୍କ ଅଭିଯୋଗ ଅନୁଯାୟୀ ବାଙ୍ଗୋର ଗ୍ରାମର ଦୁଇଜଣ ଯୁବକ ଓ ଜଣେ ମହିଳା ଆଇପିପିର କେୱାଇସି କରିବାକୁ କହିଥିଲେ। କିନ୍ତୁ ଏହି ସବ୍‌ପୋଷ୍ଟ ଅଫିସରେ କେୱାଇସି କରିବାର ସୁବିଧା ନଥ୍‌ବା  ସବ ପୋଷ୍ଟମାଷ୍ଟର କହିଥିଲେ। ଏହାକୁ ନେଇ ଦୁଇ ଯୁବକ ଯୁକ୍ତିତର୍କ କରିଥିଲେ। କଥା କଟାକଟି ହେବା ସହିତ ସବ୍‌ ପୋଷ୍ଟମାଷ୍ଟରଙ୍କୁ ଠେଲାପେଲା କରିବା ସହିତ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ସବ୍ ପୋଷ୍ଟମାଷ୍ଟରଙ୍କ ମୁଣ୍ଡରୁ ରକ୍ତ ବାହାରିବା ଦେଖ୍ ସେହି ଦୁଇ ଯୁବକ ମହିଳାଙ୍କୁ ଧରି ପଳାଇଥିଲେ। ଏନେଇ ବିଶିକେଶନ ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋ ସୋ ପୋଲିସ ଥାନା କେସ ନଂ ୧୨ରେ ମାମଲା ରୁଜୁ କରି ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ନଥିବା ପୋଲିସ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ