ପୂର୍ତ୍ତ ଡିଭିଜନର ଦୁର୍ନୀତି ଲୁଚାଇବା ଉଦ୍ୟମ : ମିଥ୍ୟା ଖବର ପ୍ରସାରଣ ନେଇ ଥାନାରେ ଏତଲା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପୂର୍ତ୍ତ ବିଭାଗ ତାର ଦୁର୍ନୀତିକୁ ଲୁଚାଇବାକୁ ଯାଇ ସୂଚନା ଅଧିକାର ଆଇନରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନଥିବା ବେଳେ ଆଦେଦନକାରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରଛି। ସେହି ମିଥ୍ୟା ଅଭିଯୋଗକୁ କେତେକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରସାରଣ କରାଯାଇଛି। ଫଳରେ ଆବେଦନକାରୀ ମାନସିକ ଭାବେ ନିର୍ଯ୍ୟାତନା ପାଇଥିବାରୁ ଏନେଇ ସେ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଅଧିନ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁତ୍ର ଆଭିଯୋଗକାରୀ ଓଡ଼ିଶା ସୂଚନା ଅଧିକାର ଅଭିଯାନ ସଦସ୍ୟ ତଥା ସାମ୍ବାଦିକ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କରିଥରବା ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ପୂର୍ତ୍ତି ଡ଼ିଭିଜନ-୨ ପକ୍ଷରୁ ମହାକାଳପଡା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ଭାୟା ଗୋଖାପଡା ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇ ବ୍ୟାପକ ଦୁର୍ନୀତି ହୋଇଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ଅନୁଦାନକୁ ହରିଲୁଟ କରାଯାଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ନ୍ୟାୟ ନମିଳିବାରୁ ସେମାନେ ଦୁଷ୍ମନ୍ତଙ୍କୁ ନିବେଦନ କରିଥିଲେ। ସୂଚନା ଅଧିକାର ଆଇନ ଅନୁଯାଇ ଦୁଷ୍ମନ୍ତ ଆବେଦନ କରିଥିଲେ ବି ତାଙ୍କୁ ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଲେ ନାହିଁ। ଫଳରେ ଆଇନ ଅନୁଯାୟୀ ସେ ପ୍ରଥମ ଅପିଲ କରିଲେ। ତଥାପି ତାଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା ନାହିଁ। କାରଣ ଉକ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି କରାଯାଇଛି ଓ ଉକ୍ତ ଦୁର୍ନୀତିକୁ ଚପାଇ ରଖିବାକୁ ତାଙ୍କୁ ସମ୍ପୂର୍ଣ ନିର୍ଭୁଲ ତଥ୍ୟ ପ୍ରଦାନ କରାଗଲା ନାହିଁ। ପୂର୍ତ୍ତ ଡ଼ିଭିଜନ ପକ୍ଷରୁ ତାଙ୍କୁ ରାସ୍ତାର ନମୁନା ମଧ୍ୟ ପ୍ରଦାନ କରାଗଲାନାହିଁ। ପୂର୍ତ୍ତଡ଼ିଭିଜନ-୨ର ଅଧିକ୍ଷଣ ଯନ୍ତ୍ରୀ ଓ ମହାକାଳପଡା ପୂର୍ତ୍ତସବଡିଭିଜନ୍‌ର ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମିଳିତ ଭାବେ ଉକ୍ତ କାର୍ଯ୍ୟ କରିଥିବା ଠିକାଦାରକୁ ଅସ୍ତ୍ର କରି ମହାକାଳପଡ଼ା, କରିଲୋପାଟଣାର ୨ଜଣଙ୍କ ସମେତ ଅନ୍ୟଜଣେ ଠିକାଦରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଅସାଧୁ ଉପାୟରେ ହୋଇଥିବା ଦୁର୍ନୀତିରେ ଦୁଷ୍ମନ୍ତଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ସେମାନେ ବିଫଳ ହେଲେ। ଏହି ଘଟଣାରେ ବିଫଳ ହେବା ପରେ ସଇପୃକ୍ତ ଠିକାଦାରଙ୍କ ସାହାଯ୍ୟରେ କିଛି ଅସାଧୁ ବ୍ୟକ୍ତିଙ୍କୁ ହାତ ବାରିଶ କରି କଳା କାରନାମାକୁ ଲୁଚାଇ ରଖିବାକୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚି ସଂପୃକ୍ତ ଠିକାଦାରକୁ ଦୁଷ୍ମନ୍ତ ଟଙ୍କା ମାଗିଥିବା ନେଇ ଏକ ମିଛ ଅଭିଯୋଗ ଉପରେ ମିଥ୍ୟା ଖବର ପ୍ରସାରଣ କରାଇଛନ୍ତି। ସେହି ମିଥ୍ୟା ଅଭିଯୋଗକୁ ଆଧାର କରି ତୁଳସୀକ୍ଷେତ୍ର ସମ୍ବାଦପତ୍ର ଓ ୱେବ ମିଡିଆରେ ଦୁହ୍ମନ୍ତଙ୍କ ଫଟୋ ବସାଇ ଖବର ପ୍ରସାରଣ କରାଯାଇଛି। ଏଭଳି ଏକ ଆକ୍ରୋଶ ମୂଳକ ଖବର ପ୍ରସାରଣ ସମ୍ପୂର୍ଣ ବେଆଇନ ତଥା ମୈାଳିକ ଅଧିକାରକୁ କ୍ଷୂର୍ଣ୍ଣ କରିଥିବାରୁ ଏଥିରେ ସଂପୃକ୍ତ ସମସ୍ତ ଦୋଷୀ ଓ ଷଡ଼ଯନ୍ତ୍ର କାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରାଯିବାକୁ ଦୁଷ୍ମନ୍ତ ସମସ୍ତ ତଥ୍ୟ ଓ ପ୍ରମାଣ ପ୍ରଦାନ କରି ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ