ଶ୍ରୀରାମ ନବମୀ ଯାତ୍ରା ଶୋଭାଯାତ୍ରାରେ ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା :୪ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମରେ ଶୁକ୍ରବାର ରାତି ରେ ଶ୍ରୀରାମ ନବମୀ ଯାତ୍ରା ଉଦଯାପନ ଶୋଭାଯାତ୍ରା ଚାଲିଥିବା ବେଳେ ଗ୍ରାମର ଦିପୁନ ପଣ୍ଡା ନକଲି ନୋଟ ଫିଙ୍ଗି  ବିଶୃଙ୍ଖଳା ସୃଷ୍ଟି କରିଥିଲେ।ସେଠାରେ ଉପସ୍ଥିତ ଥିବା ଯାତ୍ରା କମିଟି ସଭ୍ୟା ବୃନ୍ଦ ଏବଂ ଗ୍ରାମର ସନ୍ତୋଷ ଗୌଡ଼ ଦିପୁନ ଙ୍କୁ ବିଶୃଙ୍ଖଳା ନକରିବା ପାଇଁ ତାଗିଦ୍ କରିଥିଲେ। ଦିପୁନ ସେଠାରୁ ଧମକ ଦେଇ ଫେରିଯାଇଥିଲେ।କିଛି ସମୟ ପରେ ଦିପୁନ ଏବଂ ତାଙ୍କ ୩ ସହଯୋଗୀ ଅଜିତ ସେଠୀ,କୁନା ଓରଫ ହରେଶ ସେଠୀ,ଜିତୁ ପ୍ରଧାନ  ସେଠାକୁ ଆସି ସନ୍ତୋଷ ଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ଦିପୁନ ଧରିଥିବା ଏକ ବ୍ଲେଡ୍ ରେ ସନ୍ତୋଷ ଙ୍କ ମୁଣ୍ଡ ଓ ମୁଁହ କୁ ବାରମ୍ବାର କାଟି ଦେଇଥିଲେ।ଏହି ସମୟରେ ଦିପୁନ ଙ୍କ ସହଯୋଗୀ ଅଜିତ ,କୁନା ଓରଫ ହରେଶ ସେଠୀ,ଜିତୁ ପ୍ରଧାନ ସଂଘବଦ୍ଧ ଭାବେ ସନ୍ତୋଷ ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିବା  ସହ ଲାତ ଗୋଇଠା ମାରି ଚମ୍ପଟ ମାରିଥିଲେ।ସନ୍ତୋଷ ଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସା ହେବା ପରେ ଶନିବାର ସେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଆଇଆଇସି କିଶୋର କୁମାର ସାମଲ ଏତଲା କୁ ଭିତ୍ତିକରି ମାମଲା ନଂ.୧୪୩/୨୬ ଭାରତୀୟ ନ୍ୟାୟ ସଂହିତା ର ଧାରା -୧୯୧(୨)/୧୯୧(୩)/୨୯୬/୧୨୬(୨)/୧୧୫(୨)/୧୦୯/୩୫୧(୨)/୧୯୦ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୋଲିସ ଅଭିଯୁକ୍ତ ଦିପୁନଙ୍କ ନିକଟରୁ ତେଜ୍ କମ୍ପାନୀ ର ବ୍ଲେଡ କୁ ଜବତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ