ଯୁବକଙ୍କୁ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଦୁଇ ଭାଇ ଫେରାର
ଦିଗପହଣ୍ଡି :(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁ ର ସୁଶାନ୍ତ ବିଷୋୟୀ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବାହନ ସ୍ବାଇଁ ଏବଂ ତୋଫାନ ସ୍ବାଇଁ ଦୁଇ ଭାଇ ଫେରାର ହୋଇଯାଇଛନ୍ତି।ପୂର୍ବ ଶତ୍ରୁତା କୁ କେନ୍ଦ୍ର ସୁଶାନ୍ତ ଙ୍କୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟାରେ ଗାଁ ରାସ୍ତାରେ ଦୁଇ ଭାଇ ଅଟକାଇ ଲୁହାଛଡ଼ ରେ ମରଣାନ୍ତକ ଆକ୍ରମଣ କରିଥିଲେ।ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୧୯୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି ।ସୁଶାନ୍ତ ସନ୍ଧ୍ୟାରେ ଗାଁ ପୋଖରୀ କୁ ଗାଧୋଇ ଯାଉଥିବା ବେଳେ ଦୁଇଭାଇ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ।ଗାଧୋଇ ସାରିବା ପରେ ସୁଶାନ୍ତ ଭୟଭୀତ ହୋଇ ଅନ୍ୟରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଦୁଇଭାଇ ତାଙ୍କୁ ଅନ୍ଧାର ରେ ଛକି ରହିଥିଲେ।ସୁଶାନ୍ତ ଙ୍କୁ ଉଭୟେ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତ ଦୌଡ଼ି ଯାଇ ନିକଟସ୍ଥ ବାବୁଲା ବିଷୋୟୀ ଙ୍କ ଘରେ ପଶି ଜୀବନ ରକ୍ଷା କରିଥିଲେ।ପୂର୍ବରୁ ଦୁଇଭାଇ ସୁଶାନ୍ତ ଙ୍କ ସ୍ତ୍ରୀ ସୁଲତା ଙ୍କୁ ଘରେ ପଶି ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ।ଏପରିକି ତାଙ୍କ ଶିଶୁକନ୍ୟା ଙ୍କୁ ଅପହରଣ ପାଇଁ ସେମାନେ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।