ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ଉଦ୍ୟମ

ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଶିବ ମନ୍ଦିର ରୁ ବୁଧବାର ବିଳମ୍ବିତ ରାତ୍ରରେ ଚୋରି ଉଦ୍ୟମ ହୋଇଛି । ଦୁର୍ବୃତ୍ତ ମାନେ ମନ୍ଦୀର ର ସିଂହ ଦ୍ୱାର ତାଲା ଭାଙ୍ଗି ପ୍ରବେଶ କରିବା ସହ ଭିତର ର ମୁଖ୍ୟ ଫାଟକ ର ତାଲା ଭାଙ୍ଗି ଥିଲେ । ତେବେ ମନ୍ଦୀର ଭିତରୁ କୌଣସି ସାମଗ୍ରୀ ଚୋରି କରି ନେବାରେ ବିଫଳ ହୋଇଛନ୍ତି । ସେହିପରି ମନ୍ଦୀର ର ଭଣ୍ଡାର ଘର ତାଲା ମଧ୍ୟ ଭାଙ୍ଗି ଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେଠାରୁ ମଧ୍ୟ କୌଣସି ସାମଗ୍ରୀ ଚୋରୀ ହୋଇନଥିବା ବେଳେ କ୍ଷତି ମଧ୍ୟ ହୋଇନାହିଁ । ଗୁରୁବାର ଭୋର୍ ରୁ ପୂଜାରୀ ଆସି ଦେଖିଲା ବେଳେ ସମସ୍ତ ତିନୋଟି ତାଲା ଭାଙ୍ଗିଯାଇଥିଲା । ପରେ ମନ୍ଦୀର ପରିସର ରେ ହୋମ ଯଜ୍ଞ କରାଯାଇ ସଂସ୍କାର କରଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ