ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୀବନ ଅମ୍ରିତର ଶୁଭ ଉଦଘାଟନ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ବାଲେଶ୍ବର ସହରରେ ନୂତନ ଭାବେ ଏକ ସ୍ବେଚ୍ଛାସେବୀ ସଂଗଠନ ଜୀବନ ଅମ୍ରିତର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ସଂଗଠନ ତରଫରୁ ସହରର ଫାଣ୍ଡିଛକ ଠାରୁ ଫକୀର ମୋହନ ଗୋଲାଇ ପର୍ଯ୍ୟନ୍ତ ନିଆରା ଢଙ୍ଗରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ପ୍ରତ୍ୟେକ ଗଛକୁ ସହରର ଜଣେ ଜଣେ ପ୍ରତିଭାବାନ ମଣିଷଙ୍କ ନାମରେ ନାମିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସତ୍ୟରଂଜନ ଦାସଙ୍କ ପ୍ରତ୍ୟେକ ତତ୍ବାବଧନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ସ୍ବରୂପ କୁମାର ଦାସ,ସୁଧାଂଶୁ ଶେଖର ପରିଡା,ସୁଦର୍ଶନ ଜେନା,ପୌରପରିଷଦର ଅଧ୍ୟକ୍ଷା ସବିତା ସାହୁ,ପୂର୍ବତନ ଉପାଧ୍ୟକ୍ଷ ରଶ୍ମିରେଖା ଦେବ,ମନୋଜ ରାଉତ,ଓଡିଶା ଖବରର ସଂପାଦକ ଅମିୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ରଂଜନ ବାଗ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି,ଯୁବ ନେତା ସରୋଜ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଗଠନର ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ଗଛ ଲଗାଇବା ବଡ କଥା ନୁହେଁ, ଗଛ ଲଗାଇବା ପରେ ତାକୁ ବଞ୍ଚାଇ ରଖିବା ହିଁ ପ୍ରକୃତ ଉଦ୍ଦେଶ୍ୟ ହେବ ବୃକ୍ଷ ରୋପଣର ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମହାନ୍ତି, ଉପ ସଭାପତି ନିରଞ୍ଜନ ମହାନ୍ତି, ବାଲେଶ୍ବର ଆବାହକ ସମ୍ବିତ ବିଶ୍ବାଳ, ରେମୁଣା ଆବାହକ ସ୍ମାରକ ଦାଶ,କୋଷାଧ୍ୟକ୍ଷ ମୃତ୍ୟଞ୍ଜୟ ରାଉତ,ସଭ୍ୟ ଧିରେନ ନାୟକ, ଅଭିଲିପ୍ସା ସାହୁ,ସାହିଦ ମଲ୍ଲିକ, ରଂଜିତ ନାୟକ,ଷ୍ପର୍ସ ଦାସ,ଜୁବୁଲି ପଣ୍ଡା,ଅନୁପ ସେଠୀ,ଜୟନ୍ତ ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


