ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

 ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର  ବସ ଷ୍ଟାଣ୍ଡ ସ୍ଥିତ ଲଷ୍ମୀବଜ଼ାର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା ଗଜଲଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ  ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। କର୍ମକାଣ୍ଡ ପୁରୋହିତ ଡ଼ଃ ସରୋଜ କୁମାର ଶତପଥୀ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। କର୍ତ୍ତା ଭାବେ  ଏସ. ପ୍ରବୀଣ କୁମାର ସମସ୍ତ କାର୍ଯ୍ୟ ସମାପନ କରିଥିଲେ,  ଚଳିତ ବର୍ଷ  ମାଙ୍କ  ପୂଜା ୨୫ ବର୍ଷ ପାଳନ ଅବସର ରେ ଅକ୍ଟୋବର ୧୧ ତାରିଖ ଦିନ ନାମଯଜ୍ଞ, ଅନ୍ନଯଜ୍ଞ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ, ଯେପରି ଯାକ ଯକମରେ ହୋଇପାରିବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା । ଆସନ୍ତା ଅକ୍ଟୋବର ୬ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ମା ଗଜଲଷ୍ମୀଙ୍କ ପୂଜା ଚାଲିବ।    ଆଜି ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସମ୍ପାଦକ ପ୍ରଦୀପ କୁମାର ସାହୁ, ଉପ ସଭାପତି ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ପୂର୍ବତନ କାଉନସିଲର ଵି. ରାଜୁବାବୁ, ୧୦ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର, ଅଟଳ ବିହାରୀ ପଟ୍ଟନାୟକ, ଶିକ୍ଷକ ନେତା ରବିନାରାୟଣ ବେହେରା,କ୍ରୀଡ଼ାବିତ ଭି. ରମେଶ ରାଓ,  ସରୋଜ କୁମାର ପାଢ଼ୀ,ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସନ୍ତୋଷ କୁମାର ଚୌଧୁରୀ, ଅଖିଳ କୁମାର ପାଣିଗ୍ରାହୀ,କିଶୋର ଚନ୍ଦ୍ର ମହାନ୍ତି,କେ. କମଳାକର, ଗୌରୀ ସାମଲ, ବାବୁ, ବାବୁ ବେହେରା,   ଛତ୍ରପୁର ପ୍ରେସକ୍ଳବର ସଭାପତି ସରୋଜ କୁମାର ସାମଲ,ସହ- ସମ୍ପାଦକ ସନ୍ତୋଷ କୁମାର ସାହୁ, ଦିଲ୍ଲୀପ କୁମାର ସାମଲ, ସାମ୍ବାଦିକ ଭଗବାନ ଦାଶ, ସନ୍ତୋଷ ସାହୁ ଙ୍କ ସମେତ ପୂଜା କମିଟି ର ସମସ୍ତ ସଦସ୍ଯ ଏବଂ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ