ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା ‘ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି ଗାନ୍ଧୀ ଛକ ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଆସନ୍ତା  ୩୦ ତାରିଖରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି।  ଗୁରୁବାର ବିଳମ୍ବିତ ରାତିରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ।  ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମା ‘ ବୁଢ଼ୀ ଠାକୁରାଣୀ ମନ୍ଦିରରେ  ପଣ୍ତିତ ସନାତନ ରଥ ଶର୍ମା ଙ୍କ ତତ୍ତ୍ଵାବଧାନରେ ପୂର୍ବ ପ୍ରଚଳିତ ନିତିକାନ୍ତି ଅନୁଯାୟୀ ମା ‘ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।  ପରେ ମା ‘ ଙ୍କ ଆଜ୍ଞାମାଳ କୁ  ବାଉଁଶ ଖୁଣ୍ଟି ରେ ବନ୍ଧାଯାଇ ଆତସବାଜି,ନୃତ୍ୟ ଗୀତ, ବାଦ୍ୟ ବାଜଣା  ସହକାରେ ବିରାଟ ଶୋଭାଯାତ୍ରାରେ ବଜାର ସାହି ପରିକ୍ରମା କରାଯାଇ ବିଳମ୍ବିତ ରାତିରେ ଅସ୍ଥାୟୀ ଯାତ୍ରା ପୀଠ କୁ ଅଣାଯାଇଥିଲା।  ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଆସନ୍ତା  ୨୯ ତାରିଖ ଆଶ୍ୱିନ କୃଷ୍ଣ ପକ୍ଷ ମହାସପ୍ତମୀ ତିଥି ରେ  ମା’ ବୁଢ଼ୀ ଠାକୁରାଣୀ ଙ୍କୁ ମନ୍ଦିର ପରିସରରୁ ଅସ୍ଥାୟୀ ଯାତ୍ରା  ପୀଠକୁ ଅଣାଯିବ। ୩୦ ତାରିଖ ଠାରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇ ଅକ୍ଟୋବର ୭ ତାରିଖ ଆଶ୍ୱିନ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି ରେ ଉଦଯାପିତ ହେବ।  ସକାଳୁ ମା’ ବାହୁଡ଼ା ଯାତ୍ରା ରେ  ସ୍ଵ ମନ୍ଦିର କୁ ଫେରିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ , ଉପସଭାପତି ଆଲୁ. ସୁଶାନ୍ତ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ସହ ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର , କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ , ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର , ଉପଦେଷ୍ଟା ଶିବ ଶଙ୍କର ମହାଙ୍କୁଡ , ସତ୍ଯ ନାରାୟଣ ଦାଶ , ଏନ୍ଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ , ଅର୍ଦ୍ଦୁ. ଗୋବିନ୍ଦ , କୁରେଶୁ ମହାରଣା , ପ୍ରଦୀପ କୁମାର ପଣ୍ଡା , କାଉନସିଲର ନୀଳମାଧବ ଗୌଡ , ସୁଶାନ୍ତ କୁମାର ପାତ୍ର , ରବିନ୍ଦ୍ର କୁମାର ମାର୍ଥା , କେ. କୁନା ଏବଂ ଦୁର୍ଗା ମେକାପ ସମେତ ସହସ୍ରାଧିକ ସହରବାସୀ ଶୁଭ ଖୁଣ୍ଟି ଶୋଭାଯାତ୍ରା ରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ