ଗଞ୍ଜେଇ ସହ ଅଟୋ ଜବତ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ ଟାରେ ଏକ ଗଞ୍ଜେଇ ବୋଝେଇ ଯାତ୍ରୀବାହୀ ଅଟୋ କୁ ପୋଲିସ ଟିମ୍ ଜବତ କରିଛନ୍ତି।ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଗଜପତି ଜିଲା ଅଡବା ଥାନା ତୁମଙ୍ଗପଦର ଗ୍ରାମର ଯମରାଜ ମାଝୀ ଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ରବିବାର ସକାଳେ ପାଟପୁର ଥାନା ଏସ.ଆଇ ସୁଲେମାନ ଭୂୟାଁ ସଦଳବଳେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ଗଜପତି ଜିଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଦୃତଗତି ରେ ଆସୁଥିବା ଯାତ୍ରୀବାହୀ ଅଟୋ କୁ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।ଏନେଇ ଏସ.ଆଇ ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କୁ ଫୋନ କରି ଜଣାଇଥିଲେ।ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନା ଏବଂ ସ୍ଥାନୀୟ ସାକ୍ଷ୍ୟ ମାନଙ୍କ  ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ତାହା ୧୦୬ କେଜି ୬ ଶହ ଗ୍ରାମ ହୋଇଥିଲା।ପୋଲିସ ଟିମ୍ ଗଞ୍ଜେଇ ବୋଝେଇ ଅଟୋ ଏବଂ ଅଭିଯୁକ୍ତଙ୍କୁ  ଥାନା କୁ ଉଠାଇ ନେଇଥିଲେ।ଏସ.ଆଇ ଏନେଇ ଏତଲା ଦେବାପରେ ଥାନା ମାମଲା ନଂ.୪୯୪/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।ସୋମବାର ସକାଳେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଜିଲା ଜଜ କୋର୍ଟ କୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ