‘ବନ୍ଦେମାତରଂ’ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ
ଖଲ୍ଲିକୋଟ , (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ‘ବନ୍ଦେ ମାତରଂ’ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଉଛି। ‘ ବନ୍ଦେ ମାତରଂ ‘ କେବଳ ଏକ ସଙ୍ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ଶକ୍ତିଶାଳୀ ପ୍ରତୀକ l ଏହାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ଓଡ଼ିଆ ପ୍ରବନ୍ଧ ଓ ଓଡ଼ିଆ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏଥିରେ ଆଗ୍ରହର ସହ ଭାଗ ନେଇଥିଲେ। ସେମାନଙ୍କୁ ଉତ୍ସାହିତ କରିବା ଏହି ସଭାର ଅଭିପ୍ରାୟ ଥିଲା। ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗ ଛାତ୍ର ସୁମନ ଓ ଶକ୍ତିକାପୁର ର ନେତୃତ୍ୱରେ ସମବେତ ଭାବେ ‘ ବନ୍ଦେ ମାତରଂ ‘ ଗାନ କରାଯାଇଥିଲା l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତଏହି ସଭାର ପୌରୋହିତ୍ୟ କରିଥିଲେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରଫେସର ତଥା ଜଣାଶୁଣା କ୍ରୀଡାବିତ୍ ଡ. ବ୍ରଜମୋହନ ସାସମଲ୍ l ଏବଂ ସମ୍ମାନିତ ଅତିଥି ଭାବେ ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର , ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଜାତୀୟ ସେବା ଯୋଜନାର ସଂଯୋଜିକା ଡ. ପ୍ରଣତି ରଥ ପ୍ରମୁଖ ମଞ୍ଚାସୀନ ଥିଲେ। ମଂଚାସୀନ ଅତିଥିମାନେ ‘ ବନ୍ଦେ ମାତରଂ’ ର ୧୫୦ ବର୍ଷ ପୂର୍ତ୍ତି ହେଉଛି ଜାତୀୟ ଗର୍ବ l ଏହା ଜାତୀୟ ନୀତି, ଜାତୀୟ ପ୍ରୀତି ଓ ଜାତୀୟ ସେବାର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ l ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହ ପୂର୍ବରୁ ଆୟୋଜିତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଶେଷରେ ଡ. ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର କାର୍ଯ୍ୟକ୍ରମ ପରିଚାଳନା ସୁଶ୍ରୀ ସ୍ଵର୍ଣ୍ଣଲତା ବିଷୋୟୀ ସହଯୋଗ କରିଥିବା ବେଳେ, ଡ. ବନମାଳୀ ପାଣିଗ୍ରାହୀ, ଡ. ବିଭୁପ୍ରସାଦ ସାହୁ ପ୍ରମୁଖ ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିବା ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l


