ଅପମିଶ୍ରିତ ନିଶାଦ୍ରବ୍ୟ ବିରୋଧରେ ସଚେତନତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏବଂ ସିଦ୍ଧେଶ୍ୱର ଗ୍ରାମ  ଗଣିଆ ନାଳ ଛକ ଠାରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପାଲା ଓ ଦାସକାଠିଆ ନୃତ୍ୟ ମାଧ୍ୟମରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା,ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନ, ଏଏସଆଇ ଏନ. ତ୍ରିପତି,କନେଷ୍ଟବଳ ନୀର ବେହେରା,ରାଜେଶ କୁମାର ଜେନା ଏବଂ ଏସ.କେ.ରାଜେଶ ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ସଚେତନତା ସଭାରେ ଅବକାରୀ ଇନ୍ସପେକ୍ଟର ଉଦବୋଧନ ଦେଇ ଜନଜାତି ସମ୍ପ୍ରଦାୟ ବିଶେଷ କରି ଯୁବ ସମାଜ କୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅପମିଶ୍ରିତ ନିଶା ସେବନ ଦ୍ଵାରା ଲୋକେ ପଙ୍ଗୁ ହୋଇଯାଆନ୍ତି। ଯୁବ ସମାଜ ନିଶା ସେବନ ଦ୍ଵାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତି ରେ ପ୍ରତିକୂଳ ପ୍ରଭାବ ପକାଇଥାଏ।ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ମେ ୩୧ ରୁ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସଚେତନତା ଅଭିଯାନ ଆସନ୍ତା ୨୭ ଯାଏଁ ବିଭିନ୍ନ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ ବୋଲି ଅବକାରୀ ଇନ୍ସପେକ୍ଟର ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ