ଭିବି ଜୀ ରାମ ଯୀ ର ସଚେତନତା ଶିବିର ଅନୁଷ୍ଠିତ

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରାଜୀବ ଗାନ୍ଧୀ ସଭା ଗୃହରେ ଭିବୀ ଜି ରାମ ଜି ର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏପିଓ ଭୌରେବେନ୍ଦ୍ର  ତ୍ରିପାଠୀ ଙ୍କ ନେତୃତ୍ୱରେ  ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଯୋଗ ଦେଇ ସଚେତନତା କରାଇଥିଲେ। ଗାନ୍ଧିଜୀଙ୍କ ସମ୍ପୁର୍ଣ୍ଣ ଗ୍ରାମ୍ୟ ସ୍ବରାଜ ପରିକଳ୍ପନା କୁ ସାକାର କରିବାରେ ବିଫଳ ହୋଇଥିଲା ମନରେଗା। ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥାରେ ଅତ୍ୟନ୍ତ ଦୁର୍ନୀତି ହେଇଥିଲା।ଶ୍ରମିକଙ୍କୁ ୧୨୫ ଦିନରେ ରୋଜଗାର ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵ ରେ ବିକଶିତ ଭାରତ ଗ୍ୟାରେଣ୍ଟି  ଫର୍ ରୋଜଗାର ଏବଂ ଭୀବି ଜି ରାମ ଜି ବିଲ ସଂସଦରେ ପାସ ହୋଇ ଆଇନର ପ୍ରଣୟନ ହୋଇଛି।ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ବରୋଜଗାର ଯୋଜନା ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇ ପାରିବ ତାହା ହେଉଛି ବିକଶିତ ଭାରତର ଉଦେଶ୍ୟ।ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ଏଡିଇଓ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଯୋଜନା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଜନଜାଗରଣ ସୃଷ୍ଟି କରିବ ସେ ବିଷୟରେ ମଧ୍ୟ ଏହି ସଚେତନତା ଶିବିରରେ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ