ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ନିଆଁ ରୋକିବା ପାଇଁ ସଚେତନତା ଅଭିଯାନ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଡିଏଫଓଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ବନ ବିଭାଗ ଅଧୀନର ସମସ୍ତ ୭ଟି ବନ ରେଞ୍ଜରେ ରହିଥିବା ଜଙ୍ଗଲରେ ନିଆଁ ରୋକିବା, ଘନଅଗ୍ନି ଓ ଗରମ ଲହରି ଦୂର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।  ଜଙ୍ଗଲ ସଂରକ୍ଷଣର ଗୁରୁତ୍ବ, ଜଙ୍ଗଲ ନିଆଁର ବିପଦ ଓ ଗରମ ଲହରି ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି। ଲୋକମାନେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଜଙ୍ଗଲ ନିଆଁ ରୋକିବା ବିଷୟରେ ସଚେତନ କରାଯାଇଥିଲା। ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ଜନସାଧରଣଙ୍କୁ ବନ ବିଭାଗକୁ ସମର୍ଥନ କରିବାକୁ ଉତ୍ସାହିତ କରାଯାଇଛି।  ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ଓ ପାରା ବନ କର୍ମଚାରୀ ଏଥିରେ ଭାଗ ନେଇ ଜନ ସାଧାରଣଙ୍କୁ ସଚେତନତା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ