ପ୍ରକୃତିର ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତା ଜରୁରୀ

ରାଇକିଆ, (ଓ୍ବାଇଏନଏସ): ପ୍ରକୃତିର ସଂରକ୍ଷଣ ଓ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ଜନସଚେତନତା ଜରୁରୀ  ହୋଇ ପଡ଼ିଛି । ଏଥି ପାଇଁ ବିଦ୍ୟାଳୟ ସ୍ତର ରୁ ହିଁ ଛାତ୍ରୀ ଛାତ୍ର ଙ୍କୁ   ଉତ୍ସାହିତ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ  ପରିସରରେ ଗୁରୁବାର ପ୍ରଧାନ ଶିକ୍ଷକ  ଉମାଶଙ୍କର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ରେ ବନ ମହୋତ୍ସବ ୨୦୨୫ ପାଳନ ହୋଇଯାଇଛି । ଏଥିରେ ବନାଞ୍ଚଳ ଅଧିକାରୀ  ଯୁଧିଷ୍ଠିର ବେହେରା ଯୋଗ ଦେଇ ବନମହୋତ୍ସବ ପାଳନ ଏବଂ  ପରିବେଶ ସନ୍ତୁଳନ,ସଂରକ୍ଷଣ ଓ ସୁରକ୍ଷା ଉପରେ ଏହାର ସକାରାତ୍ମକ ପ୍ରଭାବ ସଂପର୍କ ରେ ମତ ରଖିଥିଲେ । ବନପାଳ  ଉସତ କଁହର, ଟିଏଲ ସଞ୍ଜୟ କୁମାର ମହାପାତ୍ର,  ମୁକେଶ ପ୍ରଧାନ ଓ ପ୍ରକୃତି ବନ୍ଧୁ ଶିକ୍ଷକ  ଦୈତାରୀ ଦିଗାଲ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ